ସେଓରେ ଇଂରାଜୀ ଓ ଉର୍ଦ୍ଦୁରେ ଲେଖା ହୋଇଛି ଆତଙ୍କବାଦୀଙ୍କ ସ୍ଲୋଗାନ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସେଓ  ବ୍ୟବସାୟରେ ବାଧା ପହଞ୍ଚାଇବା ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ସେଥିପାଇଁ ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ବିକ୍ରି ଲାଗି ଉଦ୍ଦିଷ୍ଟ  କଶ୍ମୀର ସେଓ ଓ ସେଓ ପେଟିରେ ‘ଆମକୁ ସ୍ୱାଧୀନତା ଆବଶ୍ୟକ’, ‘ମତେ ବୁରହାନ୍‌ ୱାନି ପସନ୍ଦ’ ଓ ‘ଜାକିର ମୁସା ଫେରି ଆସ’ ଭଳି ସ୍ଲୋଗାନ୍‌ ଲେଖା ହୋଇଥିବା ଦେଖିବାକୁ ମିଳିଛି। ଏହାପରେ ପୁଲିସ ଯାଞ୍ଚ ଆରମ୍ଭ କରିଛି।

ଗତ ବୁଧବାର ଫଳ ବିକ୍ରେତାଙ୍କ କହିବାନୁସାରେ, ସରକାର ଯଦି ଏହି ଘଟଣାକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତେବେ କଶ୍ମୀର ସେଓ କିଣିବାରୁ ଆମେ ନିବୃତ୍ତ ରହିବୁ। ଆତଙ୍କବାଦୀଙ୍କ ସ୍ଲୋଗାନ୍‌ କାରଣରୁ ଲୋକମାନେ ଏହି ସେଓ କିଣିବାକୁ ମନା କରୁଛନ୍ତି। ଏହାକୁ ନେଇ ସେଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଫଳ ବିକ୍ରେତା ବଜାରରୁ ସେଓ କିଣିବାକୁ ଯାଇଥିଲେ। ପେଟି ଖୋଲି ଦେଖିଲା ବେଳକୁ ସେଥିରେ କଳାକାଳି‌ରେ ଇଂରାଜୀ ଓ ଉର୍ଦ୍ଦୁରେ ଆତଙ୍କବାଦୀଙ୍କ ସ୍ଲୋଗାନ୍‌ ଲେଖାଥିବା ଦେଖିବାକୁ ପାଇଥିଲେ। ସେହିପରି କେତେକ ସେଓରେ ପାକିସ୍ତାନ ଜିନ୍ଦାବାଦ୍‌ ଏବଂ ଗୋ ଇଣ୍ଡିଆ ଗୋ ଆଦି ସ୍ଲୋଗାନ୍‌ ଲେଖାଯାଇଛି।

ସମ୍ବନ୍ଧିତ ଖବର