ଜାଣନ୍ତୁ କ’ଣ ପାଇଁ ଆର୍ଜେଣ୍ଟିନାର ଯୁବକ ନିଜ ହାତରେ ସିଭି ଲେଖି ଚାକିରି ପାଇଁ ଆବେଦନ କଲେ?

ନୂଆଦିଲ୍ଲୀ : କୌଣସି କମ୍ପାନିରେ ଚାକିରି କରିବା ପାଇଁ ହେଲେ ପ୍ରଥମେ ନିଜ ବିଷୟରେ ସମସ୍ତ ବିବରଣୀ ଦେବାକୁ ପଡ଼ିଥାଏ । କିଛି ଲୋକ ନିଜ  ବ୍ୟକ୍ତିଗତ ବିବରଣୀର ପ୍ରିଣ୍ଟଆଉଟ୍‌ ବାହାର କରି କମ୍ପାନିର ହସ୍ତଗତ କରାଇଥାନ୍ତି ।

ଆଜିକାଲି ଯୁବକ-ଯୁବତୀମାନେ କୌଣସି କମ୍ପାନିରେ ଚାକିିରି ପାଇଁ ଆବେଦନ କରିବା ପୂର୍ବରୁ ନିଜ ସିଭିର ପ୍ରିଣ୍ଟଆଉଟ୍‌ ବାହାର କରିଥାନ୍ତି । ଏହି କାମ କରିବା ପାଇଁ ସେମାନଙ୍କୁ କୌଣସି ଅସୁବିଧା ହେଉ ନଥିବା ବେଳେ ଆର୍ଜେଣ୍ଟିନାର ଏହି ଯୁବକଙ୍କ କାହାଣୀ ନିହାତି ଭାବରେ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିବ ।

Oneindia

ସୂଚନା ମୁତାବକ,ଆର୍ଜେଣ୍ଟିନାରେ ରହୁଥିବା ୨୧ବର୍ଷୀୟ କାର୍ଲୋସ୍‌ ଚାକିରି ପାଇଁ ଆବେଦନ କରିବା ପୂର୍ବରୁ ନିଜର ସିଭି ପ୍ରସ୍ତୁତ କରିଥିଲେ । ପ୍ରିଣ୍ଟଆଉଟ୍‌ ବାହାର କରିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ନିଜ ହାତରେ ନିଜର ସିଭି ଲେଖି ଚାକିରି ପାଇଁ ଆବେଦନ କରିଥିଲେ । ଅନେକ ବର୍ଷ ଧରି ସେ ଚାକିରି ଖୋଜୁଥିବା ବେଳେ ନିଜ ପାଖରେ ଟଙ୍କା ନଥିବାରୁ ଜେଜେ ମା’ଙ୍କ ଠାରୁ ଟଙ୍କା ଆଣି ବିଭିନ୍ନ କମ୍ପାନିକୁ ଆବେଦନ କରିବା ପାଇଁ ଯାଉଥିଲେ । ଥରେ ଏକ କେଫେର ମାଲିକାଣି ତାଙ୍କ ବିଷୟରେ ଜାଣି ଚାକିରି ଦେବା ପୂର୍ବରୁ କାର୍ଲୋସ୍‌ଙ୍କୁ ତାଙ୍କ ସିଭି ଦେବା ପାଇଁ କହିଥିଲେ । ସେ ସମୟରେ ତାଙ୍କ ପାଖରେ ଟଙ୍କା ନଥିବାରୁ ଏ ସାଧା କାଗଜରେ ନିଜ ସହ ଜଡ଼ିତ ଜରୁରୀ ସୂଚନା ଦେବା ସହ ନିଜ ନମ୍ବର ଦେଇଥିଲେ । ଯାହା ପରେ ତାଙ୍କୁ ସେ କେଫେରେ ଚାକିରି ମିଳି ଯାଇଥିଲା । ତାଙ୍କର ଏଭଳି କାମ ତାଙ୍କ ଭଳି ଚାକିରି ପାଇଁ ସଂଘର୍ଷ କରୁଥିବା ଯୁବକ-ଯୁବତୀମାନଙ୍କୁ ନିହାତି ଭାବରେ ଅନୁପ୍ରାଣିତ କରିବ ।

ସମ୍ବନ୍ଧିତ ଖବର