ଗୌହ୍ବାଟୀ: ଏଣିକି ସାନିଟାରି ନାପ୍କିନ ରଖିବା ପ୍ରତ୍ୟେକ କାରଖାନା ଓ ଉଦ୍ୟୋଗ ପାଇଁ ଆସାମ ସରକାର ବାଧ୍ୟତାମୂଳକ ଘୋଷଣା କରିଛନ୍ତି। ମହିଳାମାନଙ୍କ ଭିତରେ ସ୍ବଚ୍ଛତା ବାଣ୍ଟିବା ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ବୁଧବାର କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ମୋହନ ପଟ୍ଟୱାରୀ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି।
କାର୍ଯ୍ୟରତ ମହିଳାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ରାଜ୍ୟରେ ବାଉଁଶ ଚାଷ ଓ ଆସନ୍ତାବର୍ଷ ପାଇଁ ସରକାରୀ ଛୁଟିର ତାଲିକା ପ୍ରସ୍ତୁତ ନିମନ୍ତେ ହୋଇଥିବା ଏହି ବୈଠକରେ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସାନିଟାରି ନାପ୍କିନ୍ ବିଷୟରେ ମଧ୍ୟ ଆଲୋଚନା ହୋଇ ଯାଇଛି।
୨୦୨୦ ମସିହା ପାଇଁ ଆସାମର ସରକାରୀ ଛୁଟି ତାଲିକା ପ୍ରକାଶ ପାଇସାରିଛି। ଏ ସଂପର୍କରେ ପଟ୍ଟୱାରୀ କହିଛନ୍ତି ଯେ ଆସାମ ସରକାର ପ୍ରାୟ ୧୦୦୦ ହେକ୍ଟର ଜମିରେ ବାଉଁଶ ଚାଲ କରିବାର ଯୋଜନା କରିଛନ୍ତି।