ରାତି ୨ଟାରେ ସାଙ୍ଗର ଦେହ ଖରାପ ହେବାରୁ ଓଲା ବୁକ୍ କରି ପହଞ୍ଚିଲେ ମହିଳା, ଘରର କବାଟ ଖୋଲିବା ପର୍ଯ୍ୟନ୍ତ ମହିଳାଙ୍କ ସହ ବାହାରେ ଠିଆ ହୋଇ ରହିଲେ ଚାଳକ
ଗୁରୁଗ୍ରାମ : ଅନେକ ସମୟରେ ମହିଳାମାନେ ଓଲା କ୍ୟାବ୍ରେ ଅସଦାଚରଣର ଶିକାର ହେବାର ଖବର ମିଳିଥାଏ । ବେଳେ ବେଳେ ମହିଳାମାନେ କ୍ୟାବ୍ ଚାଳକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ମଧ୍ୟ ହୋଇଥାନ୍ତି । କିନ୍ତୁ ଗୁରୁଗ୍ରାମର ଜଣେ କ୍ୟାବ୍ ଚାଳକ ଏବେ ବି ଦୁନିଆରେ ମାନବିକତା ବଞ୍ଚିଛି ବୋଲି ପ୍ରମାଣ କରିଛନ୍ତି । ଶିଳ୍ପା ଟଣ୍ଡନ ନାମକ ଜଣେ ମହିଳାଙ୍କ ଫେସ୍ବୁକ୍ ପୋଷ୍ଟରୁ ଖବରଟି ସାମ୍ନାକୁ ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
କରାଯାଇଥିବା ପୋଷ୍ଟ ଅନୁଯାୟୀ, ଶିଳ୍ପାଙ୍କୁ ତାଙ୍କର ଜଣେ ବନ୍ଧୁ ରାତି ୨ଟାର ଫୋନ କରି ଦେହ ଖରାପ ଥିବା କଥା କହିଥିଲେ । ଏହା ଶୁଣି ଶିଳ୍ପା ତୁରନ୍ତ ଓଲା କ୍ୟାବ୍ ବୁକ୍ କରି ନିଜ ସାଙ୍ଗ ରହୁଥିବା ଘରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ଘରର ମାଲିକଙ୍କୁ କବାଟ ଖୋଲିବାରେ ବିଳମ୍ବ ହୋଇଥିଲା । ଏହା ଦେଖି ଶିଳ୍ପା ଓଲା ଚାଳକଙ୍କୁ ଯିବା ପାଇଁ କହିଥିଲେ । କିନ୍ତୁ ଚାଳକଜଣଙ୍କ ଯିବା ପରିବର୍ତ୍ତେ ସୁରକ୍ଷିତ ଭାବେ ଶିଳ୍ପା ଭିତରକୁ ଯିବା ପର୍ଯ୍ୟନ୍ତ ବାହାରେ ତାଙ୍କ ସହ ଅପେକ୍ଷା କରିଥିଲେ । ଅପେକ୍ଷା କରିବା ପାଇଁ ଚାଳକଜଣଙ୍କ ଅଧିକ ଟଙ୍କା ମଧ୍ୟ ନେଇ ନଥିବା ଲେଖିଛନ୍ତି ଶିଳ୍ପା । ତେବେ ଶିଳ୍ପାଙ୍କ ଏହି ପୋଷ୍ଟ ପରେ ଓଲା କ୍ୟାବ୍ ଚାଳକମାନଙ୍କୁ ନେଇ ଥିବା ଲୋକମାନଙ୍କ ଧାରଣା ବଦଳିବ ବୋଲି ଆଶା କରାଯାଉଛି ।