ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ହୋଇଥିଲା ମୃତ୍ୟୁ; ଦେଢ଼ବର୍ଷ ପୁଅକୁ ମିଳିଲା ସାହସିକତା ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଜଙ୍ଗଲରେ ପାଖାପାଖି ଛଅ ମାସ ହେବ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ୩୦୦୦ରୁ ଅଧିକ ଅଗ୍ନିଶମ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି। ନିଆଁ ଲାଗି ଗରମ ପବନ ବୋହିବା ଯୋଗୁଁ ଅଗ୍ନିଶମ କର୍ମଚାରୀଙ୍କୁ ମଧ୍ୟ ନିଆଁ ଲିଭାଇବାରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏହାସତ୍ତ୍ୱେ ବି ସେମାନେ ନିଜ କର୍ତ୍ତବ୍ୟରେ ହେଳା ନକରି ନିଜ ଜୀବନକୁ ବାଜି ଲଗାଇ ନିଆଁ ଲିଭାବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହି ନିଆଁରେ କେତେକ ଅଗ୍ନିଶମ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଆଉ କେତେକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରେ ଜିୟୋଫ୍ରି କିଟନ୍‌ଙ୍କ ନାମ ବି ରହିଛି।

Image result for australia-fire-one-year-old-son-receives-medal-of-honor
Indiatimes.com

ଜିୟୋଫ୍ରି କିଟନ୍‌ଙ୍କୁ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ସାହସିକତା ପୁରସ୍କାର ମିଳିଛି। ଏହି ସମ୍ମାନକୁ ତାଙ୍କ ୧୯ମାସର ପୁଅ ଗ୍ରହଣ କରିଛନ୍ତି। ବାପାଙ୍କ ସାହସିକତା ପୁରସ୍କାରକୁ ତାଙ୍କ ଦେଢ଼ ବର୍ଷର ପୁଅ ଗ୍ରହଣ କରୁଥିବାର ସମୟର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏଥିରେ ଦେଖିବାକୁ ମିଳୁଛି କି ଅଗ୍ନିଶମ ବିଭାଗର କମିସନର୍ ସେନ୍‌ ଫିଟଜିସମ୍ନସ୍‌ ସ୍ୱର୍ଗତଃ ଜିୟୋଫ୍ରିଙ୍କ ପୁଅଙ୍କ ଗଳାରେ ବାପାଙ୍କ ସାହସିକତା ପଦକକୁ ପିନ୍ଧାଉଛନ୍ତି। ନିରୀହ ଶିଶୁଟି ପିତାକୁ ହରାଇବାର କଷ୍ଟ କ’ଣ ଜାଣି ନଥିବା ବେଳେ ବାପାଙ୍କ ସାହସିକତାର ପଦକୁ ଗଳାରେ ପିନ୍ଧିବା ପରେ ତାକୁ ହାତରେ ଧରି ଦେଖିବାକୁ ଲାଗୁଛି। ସେ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଏଦୃଶ୍ୟ ଦେଖିବା ପରେ ସେମାନଙ୍କ ଆଖିରେ ଲୁହ ଭରି ଯାଇଥିଲା।

Image result for australia-fire-one-year-old-son-receives-medal-of-honor
Yahoo

ଜିୟୋଫ୍ରି କିଟନ୍‌ଙ୍କ ଅନ୍ତିମ ସଂସ୍କାର ଓ ସାହସିକତା ପୁରସ୍କାର ଗ୍ରହଣ ସମୟରେ ତାଙ୍କ ପୁଅ ଅଗ୍ନିଶମ ବିଭାଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହିସହିତ କିଟନ୍‌ଙ୍କ ପୁଅ ବି ଖୁବ୍‌ ସମ୍ମାନର ସହ ପିତାଙ୍କ ସାହସିକତା ପଦକକୁ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର