ଅସଲି ଆସୁଛନ୍ତି, ନକଲିଙ୍କଠାରୁ ସାବଧାନ ରୁହନ୍ତୁ: ଅଯୋଧ୍ୟାରେ ଏମିତି ଚାଲିଛି ପୋଷ୍ଟର ଯୁଦ୍ଧ

ଅଯୋଧ୍ୟା: ଲାଉଡସ୍ପିକର ବିବାଦ ପରେ ଅଯୋଧ୍ୟା ଯିବା ନେଇ ଶିବସେନା ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଜୁନ୍ ୫ରେ ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକରେ ଅଯୋଧ୍ୟା ଗସ୍ତ କରିବେ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ମହାରାଷ୍ଟ୍ର ପର୍ଯ୍ୟଟନ ଏବଂ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ ଆସନ୍ତା ମାସରେ ଅଯୋଧ୍ୟାକୁ ଯାଇ ରାମଲଲାଙ୍କୁ ଦର୍ଶନ କରିବେ ବୋଲି ଘୋଷଣା କରିଛନ୍ତି। ଉଭୟ ନେତାଙ୍କ ଘୋଷଣା ପରେ ଏବେ ‘ଅସଲି-ନକଲି’ର ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଛି।

କିଛି ଦିନ ପୂର୍ବେ, ଏମଏନଏସ ପକ୍ଷରୁ ଅଯୋଧ୍ୟାରେ ରାଜ ଠାକରେଙ୍କ ଛବି ସହିତ ଏକ ପୋଷ୍ଟର ଲଗାଇ ଲେଖାଯାଇଥିଲା ଯେ, ‘ରାଜ ତିଲକର ପ୍ରସ୍ତୁତି କର, ଆସୁଛନ୍ତି ଗୈରିକଧାରୀ( ରାଜତିଲକ କି କରୋ ତୈୟାରୀ, ଆ ରହେ ହେ ଭଗବାଧାରୀ) |

ବର୍ତ୍ତମାନ ଶିବସେନା ପୋଷ୍ଟର ଲଗାଇ ଲେଖିଛି ଯେ, ‘ଅସଲି ଆସୁଛନ୍ତି, ନକଲିଙ୍କଠାରୁ ସାବଧାନ ରୁହନ୍ତୁ’। ଏହି ପୋଷ୍ଟରରେ ଉଦ୍ଧବ ଠାକରେ, ଦିବଙ୍ଗତ ବାଲ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ଫଟୋ ରହିଛି। ତେବେ ସ୍ଥାନୀୟ ପ୍ରଶାସନ ଏହି ହୋର୍ଡିଂଗୁଡ଼ିକୁ ହଟାଇ ଦେଇଛି। ବାସ୍ତବରେ, ଉଭୟ ଦଳ ହିନ୍ଦୁତ୍ୱର ଏଜେଣ୍ଡା ଉପରେ ମାହୋଲ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଯେତେବେଳେ କଂଗ୍ରେସ ସହ ମିଳିତ ହେବା ପରେ ଶିବସେନାକୁ ପ୍ରଶ୍ନ କରାଯାଇଥିଲା, ରାଜ ଠାକରେ ଏହାର ଫାଇଦା ନେବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧିତ ଖବର