କେବଳ ନମାଜ ପଢ଼, ତା’ପରେ ଯାହା ଇଚ୍ଛା ତାହା କର;ସଂଖ୍ୟାଲଘୁ ସଂପ୍ରଦାୟକୁ ଏପରି ଶିଖାଯାଉଥିବା କହିଲେ ରାମଦେବ

ନୂଆଦିଲ୍ଲୀ: କେବଳ ନମାଜ ପଢ଼, ଏହାପରେ ଯାହା ଇଚ୍ଛା ତାହା କର। ସଂଖ୍ୟାଲଘୁ ସଂପ୍ରଦାୟକୁ ଏହା ଶିଖାଯାଉଛି। ଏଭଳି କହି ଏବେ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି ଯୋଗ ଗୁରୁ ବାବା ରାମଦେବ। ରାଜସ୍ଥାନର ବାଡମେରରେ ଏକ ଧାର୍ମିକ ସମାବେଶରେ ରାମଦେବ ଏହି କଥା କହିଛନ୍ତି।

ବାବା ରାମଦେବ କହିଛନ୍ତି ଯେ ଇସଲାମ ଧର୍ମର ଅର୍ଥ କେବଳ ନମାଜ ପଢ଼ିବା। ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପାଇଁ କେବଳ ନମାଜ ପଢ଼ିବା ଜରୁରୀ। ନମାଜ ପଢ଼ିବା ପରେ ତୁମେ ଯାହା ବି କର, ସବୁକିଛି ଯଥାର୍ଥ ଅଟେ। କେବଳ ନମାଜ ପଢ଼। ଏହାପରେ ଯାହା ଇଚ୍ଛା ତାହା କର। ହିନ୍ଦୁ ଝିଅମାନଙ୍କୁ ଉଠାଇ ନିଅ କିମ୍ବା ଜିହାଦ୍ ନାମରେ ଆତଙ୍କବାଦୀ ହୋଇଯାଅ, ଯାହା ମନକୁ ଆସେ ତାହା କର।

ଏହା ପୂର୍ବରୁ ସେ କହିଥିଲେ ଖୁବ ଶୀଘ୍ର ପାକିସ୍ତାନ ଚାରି ଭାଗରେ ଭାଙ୍ଗିଯିବ ଏବଂ ବିଶ୍ୱ ମାନଚିତ୍ରରୁ ଏହା ହଜିଯିବ। ଭାରତ ସହିତ ବାଲୁଚିସ୍ତାନ, ପଞ୍ଜାବ ଏବଂ ସିନ୍ଧ ପ୍ରଦେଶ ସହ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)  ମିଶିଯିବ। ଏହା ସହିତ ଭାରତ ବିରୋଧୀ ପାକିସ୍ତାନ ଏକ ଛୋଟ ଦେଶ ହୋଇ ରହିଯିବ। ବାଲୁଚିସ୍ତାନ, ପିଓକେ ଏବଂ ପଞ୍ଜାବ ଅଲଗା ରାଷ୍ଟ୍ରରେ ପରିଣତ ହେବ ଓ ଭାରତ ସହିତ ମିଶିଯିବ। ପାକିସ୍ତାନର କୌଣସି ଅସ୍ତିତ୍ବ ରହିବ ନାହିଁ।

ସମ୍ବନ୍ଧିତ ଖବର