ବଲିଉଡ୍ ଗାୟକ ସୋନୁ ନିଗମଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ ବାଲ୍ ଠାକ୍ରେ: ନିଲେଶ ରାଣେ
ମୁମ୍ବାଇ: କଂଗ୍ରେସର ପୂର୍ବ ସାଂସଦ ନିଲେଶ ରାଣେ ଦିବଂଗତ ଶିବ୍ସେନାର ସୁପ୍ରିମୋ ବାଲ୍ ଠାକ୍ରେଙ୍କୁ ନେଇ କହିଥିବା ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଟେ ସମୟରେ ବାଲ୍ ଠାକ୍ରେ ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ହତ୍ୟା କରିବାର ଯୋଜନା କରୁଥିବା କଥା ନିଲେଶ କହିବା ପରେ ଏହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ଯୋଜନା ନୁହେଁ, ବାଲ୍ ଠାକ୍ରେ ଅନେକ ଥର ତାଙ୍କୁ ହତ୍ୟା କରିବାର ଉଦ୍ୟମ କରିଥିଲେ ଏବଂ ଏ ବିଷୟରେ ସୋନୁ ନିଗମଙ୍କୁ ଜଣା ଥିଲା ବୋଲି କହିଛନ୍ତି ନିଲେଶ ।
Sambad is now on WhatsApp
Join and get latest news updates delivered to you via WhatsApp
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବ ଶିବସେନା ନେତା ନାରାୟଣ ରାଣେଙ୍କ ପୁଅ ନିଲେଶଙ୍କ କହିବା ଅନୁଯାୟୀ, ବାଲା ସାହେବ୍ ଅନେକ ଥର ସୋନୁଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସୋନୁ ନିଗମ ଏବଂ ବାଲ୍ ଠାକ୍ରେଙ୍କ ପରିବାର ମଧ୍ୟରେ କ’ଣ ସଂପର୍କ ରହିଛି ଓ ବାଲ୍ ସାହେବ୍ଙ୍କ କର୍ଜତ୍ ଫାର୍ମ ହାଉସ୍ରେ କେତେ ଲୋକ ମୃତ୍ୟୁବରଣ କରିଥିଲେ ଏ ସବୁ ବିଷୟରେ କହିବା ପାଇଁ ଆମକୁ ବାଧ୍ୟ କର ନାହିଁ ବୋଲି ରାଗରେ କହିଥିଲେ ନିଲେଶ । ପୂରା ମାମଲା ନ କହି ଏଭଳି ସଂକ୍ଷପରେ ପୂର୍ବ ଘଟଣା ବିଷୟରେ କହିବା ପରେ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ନିଲେଶଙ୍କ ଏଭଳି ଆରୋପ ପରେ ବିଜେପି-ଶିବସେନା ମଧ୍ୟରେ ଥିବା ଦୂରତା ଆହୁରି ବଢ଼ିପାରେ ବୋଲି ଆଶା କରାଯାଉଛି ।