ପାକିସ୍ତାନୀ ସେନା ଉପରେ ଆତଙ୍କବାଦୀ ଆକ୍ରମଣ, ୧୦ ସୈନିକ ନିହତ

କରାଚୀ: ପାକିସ୍ତାନର ବିବାଦୀୟ ବେଲୁଚିସ୍ତାନ ପ୍ରଦେଶରେ ବେଲୁଚ ସ୍ୱାଧୀନତା ସଂଗ୍ରାମୀଙ୍କ ଦୁଇଟି ପୃଥକ ଆକ୍ରମଣରେ ୧୦ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି । ପ୍ରଥମ ଆକ୍ରମଣଟି ବେଲୁଚିସ୍ତାନର ଆଦିବାସୀବହୁଳ ଉତ୍ତର ଓ୍ଵାଜିରିସ୍ତାନରେ ହୋଇଥିଲା । ଏଥିରେ ୬ ଜଣ ପାକ ଯବାନ ପ୍ରାଣ ହରାଇଛନ୍ତି । ସେହିପରି ବେଲୁଚିସ୍ତାନରେ ଥିବା ଏକ ପାକିସ୍ତାନୀ ସେନା ପୋଷ୍ଟ ଉପରକୁ ବେଲୁଚ ବିଦ୍ରୋହୀମାନେ ଆକ୍ରମଣ କରିବାରୁ ୫ ପାକ ସୈନିକ ନିହତ ହୋଇଛନ୍ତି ବୋଲି ପାକିସ୍ତାନ ସେନା ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି ।

 

ପ୍ରଥମ ଘଟଣାରେ ବେଲୁଚ ବିଦ୍ରୋହୀଙ୍କ ସମେତ କେତେକ ଆଫଗାନ ଆତଙ୍କବାଦୀଙ୍କ ହାତ ରହିଥିବା ପାକ ସେନା କହିଛି । ଘଟଣାଟି ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ହୋଇଥିବାରୁ କେତେକ ଆତଙ୍କବାଦୀ ସୀମା ସେପଟୁ ଗୁଳିଚଳାଇ ପାଟ୍ରୋଲିଂ କରୁଥିବା ପାକ ସୈନିକମାନଙ୍କୁ ମାରିଦେଇଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜର ଆମେରିକା ଗସ୍ତ ଅବସରରେ ଆତଙ୍କବାଦ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର