ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ନିର୍ଯାତନା, ଆତ୍ମହତ୍ୟା କଲେ ଭେଲ୍‌ ମହିଳା ଅଧିକାରୀ

ହାଇଦ୍ରାବାଦ୍‌ : ରାଷ୍ଟ୍ରାୟତ ଉଦ୍ୟୋଗ ଭେଲ୍‌ (ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌)ରେ ଆକାଉଣ୍ଟ୍‌ସ ଅଫିସର ଭାବେ କାମ କରୁଥିବା ଜଣେ ୩୩ ବର୍ଷୀୟା ମହିଳା ନିଜ ଉପରିସ୍ଥ ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ବାରା ବାରମ୍ବାର ମାନସିକ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି। ଭୋପାଳର ଉକ୍ତ ମହିଳା ଜଣଙ୍କ ତାଙ୍କର ଜଣେ ଉପରିସ୍ଥ ଅଧିକାରୀ ଏବଂ ୬ ଜଣ ବରିଷ୍ଠ ସହକର୍ମୀଙ୍କ ଦ୍ବାରା ନିର୍ଯାତନା ସୀମା ଟପିଯିବା ପରେ ସେ ଆତ୍ମହତ୍ୟା କରିଛନ୍ତି। ମହିଳାଙ୍କ ସୁଇସା‌ଇଡ୍‌ ନୋଟ୍‌ ଆଧାରରେ ତାଙ୍କ ସ୍ବାମୀ ଭେଲ୍‌ ଡିଜିଏମ୍‌ (ଅର୍ଥ) ଏବଂ ଅନ୍ୟ ୬ ଜଣ ସହକର୍ମୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ମହିଳା ଜଣଙ୍କ ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଯେ ଭେଲ୍‌ ଡିଜିଏମ୍‌ ଏବଂ ଅନ୍ୟ ୬ ଜଣ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ଏବଂ ଏଭଳି ଚରମ ପଦକ୍ଷେପ ନେବାପାଇଁ ସେମା‌ନେ ତାଙ୍କୁ ବାଧ୍ୟ କରିଛନ୍ତି। ମହିଳାଙ୍କ ମୋବାଇଲ ଫୋନ୍‌ ମଧ୍ୟ ହ୍ୟାକ୍‌ କରି ନିଆଯାଇଥିଲା ଏବଂ ତାଙ୍କର ସମସ୍ତ କଲ୍‌ ଟ୍ୟାପ୍‌ କରାଯାଇଥିଲା ଓ ତାଙ୍କ ଉପରେ ଗୁଇନ୍ଦା ନଜର ରଖାଯାଇଥିବା ସେ କହିଥିଲେ। ତାଙ୍କୁ ଅଶାଳୀନ କମେଣ୍ଟ୍‌ ମଧ୍ୟ କରାଯାଉଥିଲା ବୋଲି ସେ ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି। ଏନେଇ ଆଇପିସିର ଧାରା ୩୦୬ ଅଧୀନ‌ରେ ମାମଲା ରୁଜୁ ‌ହୋଇଛି ଏବଂ ପରବର୍ତ୍ତୀ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର