ଭୀମ ସେନା ମୁଖ୍ୟଙ୍କୁ ଜାମିନ ମିଳିଲା, ୪ ସପ୍ତାହ ପାଇଁ ଦିଲ୍ଲୀ ବାହାରେ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭୀମସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଆଜି ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ଜାମିନ ମଂଜୁର କରିଛନ୍ତି। ଗତ ଡି‌ସେମ୍ବର ୨୦ରେ ଜାମା ମସଜିଦ୍‌ ନିକଟରେ ସିଏଏ ବିରୋଧୀ ଆନ୍ଦୋଳନ ପାଇଁ ଆଜାଦଙ୍କୁ ଗିରଫ କରାଯାଇଥିଲା। ତେବେ ଆଜାଦଙ୍କୁ ଆଜି ଅତିରିକ୍ତ ଜିଲ୍ଲା ବିଚାରପତି ସର୍ତ୍ତଭିତ୍ତିକ ଜାମିନ ମଂଜୁର କରିଛନ୍ତି। ଆଜାଦ ୪ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ‌ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଆଜାଦ ଜେଲ୍‌ରୁ ମୁକୁଳିବେ। ଜେଲ୍‌ରୁ ମୁକୁଳିବାର ୨୪ ଘଣ୍ଟା‌ ମଧ୍ୟରେ ଆଜାଦ୍‌ ଦିଲ୍ଲୀ ଛାଡ଼ିବେ ବୋଲି କୋର୍ଟ କହିଛନ୍ତି। ମାମଲାରେ ଆଜାଦଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହେବା ପର୍ଯ୍ୟନ୍ତ ସେ ପ୍ରତି ଶନିବାର ଶାହରନପୁରର ଏସ୍‌ଏଚ୍‌ଓରେ ହାଜର ହେବାପାଇଁ କୋର୍ଟ କହିଛନ୍ତି। ଯଦି ବି ଆଜାଦ୍‌ ଚିକିତ୍ସା ପାଇଁ ଏମ୍ସ ଯାଆନ୍ତି ତେବେ ତାଙ୍କୁ ଏଥିପାଇଁ ଡିସିପିଙ୍କୁ ଅବଗତ କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର