ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ିବାକୁ ଘୋଷଣା କଲା ପାକିସ୍ତାନ, ଜାଣନ୍ତୁ ୨୪ଘଣ୍ଟା ମଧ୍ୟରେ କିପରି ବଦଳିଲା ପ୍ଲାନ୍‌

ନୂଆଦିଲ୍ଲୀ: ପାକିସ୍ତାନ ଶେଷରେ ବନ୍ଦୀ କରିଥିବା ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତମାନଙ୍କୁ ଛାଡିବା ପାଇଁ ଘୋଷଣା କରିଛି। ତେବେ ଗତ ୨୪ଘଣ୍ଟା ମଧ୍ୟରେ କିଭଳି ବଦଳିଥିଲା ପ୍ଲାନ୍‌ ଆସନ୍ତୁ ଜାଣିବା।

ପାକିସ୍ତାନରେ ବନ୍ଦୀ ଭାରତୀୟ ପାଇଲଟଙ୍କୁ ନେଇ ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ବଡ ବୟାନ ଦେଇଥିଲେ । ଭାରତକୁ କେତେକ ପ୍ରସ୍ତାବ ଦେଇଥିଲା ପାକିସ୍ତାନ । ଭାରତ-ପାକିସ୍ତାନରେ ଲାଗିଥିବା ଉତ୍ତେଜନା ଓ ପାଇଲଟଙ୍କ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପ୍ରସ୍ତୁତ ବୋଲି ପାକ୍‌ କହିଥିଲା । ଏହାସହ ଉତ୍ତେଜନା କମିବା ପରେ କେତେକ ସର୍ତ୍ତ ସହ ବନ୍ଧକ ପାଇଲଟଙ୍କୁ ଛାଡିବାକୁ ପ୍ରସ୍ତୁତ ବୋଲି ମଧ୍ୟ ପାକ୍‌ କହିଥିଲା।

ଅନ୍ୟପଟେ ପାଇଲଟଙ୍କୁ ନେଇ କୌଣସି ପ୍ରକାର ଚୁକ୍ତି ହୋଇପାରିବ ନାହିଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଥିଲା । ପାଇଲଟ ଅଭିନନ୍ଦନଙ୍କୁ ତୁରନ୍ତ ସୁରକ୍ଷିତ ପାକିସ୍ତାନ ଛାଡ଼ିବା ଉଚିତ ବୋଲି ଭାରତ କହିଥିଲା । ପାଇଲଟଙ୍କର କୌଣସି କ୍ଷତି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତ ଚେତାବନୀ ମଧ୍ୟ ଦେଇଥିଲା ।

ଆଉ ତା’ରି ଭିତରେ ପ୍ରତିକ୍ରିୟା ରଖିଥଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ସେ କହିଥିଲେ ଭାରତ ଓ ପାକିସ୍ତାନରୁ ଭଲ ଖବର ଆସୁଛି । ଦୀର୍ଘ ଦଶନ୍ଦି ଦଶନ୍ଦି ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ଶେଷ ହେବାର ସମୟ ଆସୁଛି । ଖୁବ ଶୀଘ୍ର ଭାରତ ପାକ୍‌ ଝଗଡ଼ା ଶେଷ ହେବ ବୋଲି କହିଥିଲେ ଡୋନାଲ୍‌ଡ ଟ୍ରମ୍ପ ।

ଆଉ ତା’ପରେ ପାକିସ୍ତାନ ଦେଲା ଭଲ ଖବର । ଭାରତୀୟ ପାଇଲଟଙ୍କୁ ଛାଡ଼ିବା ପାଇଁ ରାଜି ହୋଇଗଲା ପାକିସ୍ତାନ୍‌। ଆସନ୍ତାକାଲି ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରିବ ପାକିସ୍ତାନ । ଏନେଇ ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଘୋଷଣା କରିଛନ୍ତି।

ଆମେ ଶାନ୍ତି ଚାହୁଁଛୁ, ତେଣୁ ଆସନ୍ତାକାଲି ଭାରତୀୟ ପାଇଲଟକୁ ଛାଡ଼ିବୁ । ଶାନ୍ତିର ପ୍ରତୀକ ଭାବେ ଆମେ ଏପରି ପଦକ୍ଷେପ ନେଇଛୁ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତୀୟ ପାଇଲଟକୁ ଅନ୍ତର୍ଜାତୀୟ ରେଡ଼କ୍ରସ୍‌ ସଂସ୍ଥାକୁ ହସ୍ତାନ୍ତର କରିବ ପାକିସ୍ତାନ ।

ସମ୍ବନ୍ଧିତ ଖବର