ଏମ୍‌ସରେ ନାମ ଲେଖାଇବା ପ୍ରସଙ୍ଗ: ଭୁବନେଶ୍ବର ଏମ୍ସ ମତ ଜଣାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏମ୍‌ସରେ ନାମ ଲେଖାଇବା ପାଇଁ ପୁଡୁଚେରୀସ୍ଥିତ ଜବାହରଲାଲ ସ୍ନାତକୋତ୍ତର ଭେଷଜ ଶିକ୍ଷା ଓ ଗବେଷଣା ସଂସ୍ଥାନ (ଜିପମର୍‌) ଭଳି ରୋଷ୍ଟର ବ୍ୟବସ୍ଥା ଲାଗୁକରିବା ନେଇ ଭୁବନେଶ୍ବର ଓ ଯୋଧପୁର ଏମ୍ସ ମତ ଜଣାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭୋପାଳ ଏମ୍‌ସର ଛାତ୍ର ସଂଘ ଦ୍ବାରା ଦାଖଲ କରାଯାଇଥିବା ଏକ ପିଟିସନର ଶୁଣାଣି ଅବସରରେ ରୋଷ୍ଟର ବ୍ୟବସ୍ଥା ଲାଗୁ କରିବା ପ୍ରସଙ୍ଗରେ ଭୁବନେଶ୍ବର ଓ ଯୋଧପୁର ଏମ୍ସର ମତ ଜାଣିବାପାଇଁ ସୁପ୍ରିମକୋର୍ଟ ଚାହିଛନ୍ତି। ଏହି ମାମଲାରେ ଏମ୍ସର କାଉନ୍‌ସେଲ ଜିପମର ଭଳି ରୋଷ୍ଟର ବ୍ୟବସ୍ଥା ଲାଗୁକରିବ ବୋଲି କହିବା ପରେ ସୁପ୍ରିମକୋର୍ଟ ବିଚାରପତି ଏଲ୍‌ ନାଗେଶ୍ବର ରାଓ ଏବଂ ବିଚାରପତି ବିଆର୍‌ ଗଭାଇ ଉପରୋକ୍ତ ଦୁଇ ଏମ୍‌ସର କାଉନସେଲଙ୍କୁ କୋର୍ଟରେ ହାଜର ହୋଇ ଜବାବ ରଖିବା ପାଇଁ କହିଥିଲେ। ଏହାପରେ କୋର୍ଟ ଏ ସଂପର୍କରେ ଆସନ୍ତା ସପ୍ତାହରେ ନିର୍ଦ୍ଦେଶ ଜାରି କରିବେ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର