ରାଜନୀତି ନା ଆଉ କିଛି? ଜାଣନ୍ତୁ କେଉଁ ବିଷୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ସଲମାନ ଖାନ୍

ନୂଆଦିଲ୍ଲୀ: ଚର୍ଚ୍ଚାରେ ବଲିଉଡର ଦବଙ୍ଗ ଖାନ୍ ସଲମାନ। ନିଜ ଫିଲ୍ମକୁ ନେଇ ନୁହେଁ ବରଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ସେ କଥା ହେବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଅଭିନୟ ଛାଡ଼ି ରାଜନୀତିିରେ ଯୋଗ ଦେବେ‌ କିି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଏହା ପଛର କାରଣ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଗୌରବ ଦ୍ବିବେଦୀ।

ସେ କହିଛନ୍ତି ଯେ, ଦିଲ୍ଲୀ ଯାଇ ମୁଁ ବଲିଉଡ ସୁପରଷ୍ଟାର ସଲମାନଙ୍କୁ ଭେଟିଥିଲି। ଏସମୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ସେ ଫୋନ ଯୋଗେ କଥା ହୋଇଥିଲେ। ଛତିଶଗଡ଼ ଆସି ଫିଲ୍ମର ସୁୁଟିଂ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁୁ ନିମନ୍ତ୍ରଣ କରିଥିଲେ। ଏହା ସହ ଛତିଶଗଡର ନୂଆ ଚଳଚ୍ଚିତ୍ର ନୀତି ବିଷୟରେ ଅଭିନେତା ସଲମାନ ଖାନଙ୍କ ସହ ମୋର ଗଭୀର ଆଲୋଚନା ହୋଇଥିଲା। ରାଜ୍ୟରେ ସମୃଦ୍ଧ ପ୍ରାକୃତିକ ସ୍ଥାନ ଥିବାରୁ ଏଠାରେ ସୁଟିଂ ପାଇଁ ଅନେକ ସୁବିଧା ଥିବା କଥା ମୁଁ ତାଙ୍କୁ କହିଥିଲି। ଏହା ପରେ ଛତିଶଗଡ଼ ଆସିବାକୁ ଅଭିନେତା ନିଜର ଆଗ୍ରହ ଦେଖାଇଛନ୍ତି ଏବଂ ଭବିଷ୍ୟତରେ ଏହି ଅଞ୍ଚଳରେ ସୁଟିଂ କରିବାକୁ ଯୋଜନା କରୁଛନ୍ତି।

ତେବେ ଗୌରବ ଦ୍ବିବେଦୀଙ୍କ ସ୍ପଷ୍ଟୀକରଣ ପରେ ସଲମାନ ରାଜନୀତିରେ ଯୋଗ ଦେବା ନେଇ ହେଉଥିବା ଚର୍ଚ୍ଚାର ଅବସାନ ଘଟିଛି।

ସମ୍ବନ୍ଧିତ ଖବର