ଆଫଗାନିସ୍ତାନରୁ ସେନା ଫେରାଇ ଆଣିବ ଆମେରିକା, ବାଇଡେନ କହିଲେ- ସେମାନଙ୍କୁ ଏକାକୀ ଲଢ଼ିବାକୁ ପଡ଼ିବ

ନୂଆଦିଲ୍ଲୀ: ତାଲିବାନ ଏବେ ଆଫଗାନିସ୍ତାନରେ ଧିରେ ଧିରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ତାଲିବାନୀ ସେନା ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ଆରମ୍ଭ କରିଛି। ଏହି ସଂଘର୍ଷ ମଧ୍ୟରେ ଆଫଗାନିସ୍ତାନକୁ ସମର୍ଥନ କରିବା ପାଇଁ ଆମେରିକା ପଠାଇଥିବା ସେନା ଫେରାଇନେବ ବୋଲି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ।

ସେ କହିଛନ୍ତି, ‘‘ଆଫଗାନିସ୍ତାନ ନେତାମାନଙ୍କୁ ଏକାଠି ହେବାକୁ ପଡିବ। ସେମାନଙ୍କୁ ନିଜ ପାଇଁ ଲଢ଼ିବାକୁ ପଡ଼ିବ, ନିଜ ଦେଶ ପାଇଁ ଲଢ଼ିବାକୁ ପଡ଼ିବ। ୱାଶିଂଟନ୍ ଏ ନେଇ ୨୦ ବର୍ଷ ମଧ୍ୟରେ ୧ଟ୍ରିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିସାରିଛି ଏବଂ ହଜାର ହଜାର ସୈନ୍ୟ ହରାଇଛି। ଏଥିସହ ଆଫଗାନିସ୍ତାନ ସୈନ୍ୟବାହିନୀକୁ ଆମେରିକା ଗୁରୁତ୍ୱପୂର୍ଣ୍ଣ ବାୟୁ ସହାୟତା, ଖାଦ୍ୟ, ଯନ୍ତ୍ରପାତି ଏବଂ ଦରମା ପ୍ରଦାନ ଜାରି ରଖିଛି। ”

ତେବେ ଆମେରିକାର ସହାୟତାରେ ଆଫଗାନ ସରକାର ତାଲିବାନ ସହ ଲଢ଼େଇ କରିଆସୁଥିଲେ। ଏବେ ଆମେରିକା ସେନାକୁ ଫେରାଇନେବା ପରେ ଆଫଗାନ ସରକାରଙ୍କୁ ଏକାକୀ ତାଲିବାନଙ୍କ ବିରୋଧରେ ଲଢ଼ିବାକୁ ପଡ଼ିବ। ଏବେ ପର୍ଯ୍ୟନ୍ତ ଆଫଗାନିସ୍ତାନ ଅଞ୍ଚଳ ଉପରେ ନିଜର ଆଭିମୁଖ୍ୟକୁ କଡାକଡି କରି ଦେଶର ୬୫% ନିଜ ନିୟନ୍ତ୍ରଣକୁ ନେଇସାରିଛି ତାଲିବାନ।

ସମ୍ବନ୍ଧିତ ଖବର