ବାଇଡେନଙ୍କ ମତିଭ୍ରମ, ମିସେଲ ଓବାମାଙ୍କୁ ପୂର୍ବତନ ଉପରାଷ୍ଟ୍ରପତି କହିଲେ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ମୁହଁରୁ ପୁଣି ଏକ ଗୁରୁତର ତ୍ରୁଟି ଶୁଣିବାକୁ ମିଳିଛି। ଏଥିରେ ସେ ଆମେରିକାର ପୂର୍ବତନ ପ୍ରଥମ ମହିଳାଙ୍କୁ ପୂର୍ବତନ ଉପରାଷ୍ଟ୍ରପତି ବୋଲି ସମ୍ବୋଧନ କରିଛନ୍ତି। ଏଥିପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଥଟ୍ଟା ପରିହାସର ଶିକାର ହେବାକୁ ପଡ଼ିଛି। ଆମେରିକା ନୌସେନାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବାଇଡେନ ତାଙ୍କ ପତ୍ନୀ ତଥା ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ଙ୍କ ପ୍ରଶଂସା କରିଥିଲେ। ମିସେଲ ଓବାମା ଉପରାଷ୍ଟ୍ରପତି ଥିବା ସମୟରେ ଜିଲ୍‌ ଯେଉଁ କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ ବୋଲି କହିଥିଲେ। ତେବେ ହ୍ବାଇଟ୍ ହାଉସ୍ ପକ୍ଷରୁ ଏହାର ୱେବସାଇଟ୍‌ରେ ବାଇଡେନଙ୍କ ଭାଷଣକୁ ପୋଷ୍ଟ କରାଯିବା ସହିତ ସେଥିରେ ସଂଶୋଧନ କରାଯିବା ସହ ସଫେଇ ମଧ୍ୟ ଦିଆଯାଇଛି। ତେବେ ବାଇଡେନ୍‌ଙ୍କ ମୁହଁରୁ ଆଉ ଏକ ତ୍ରୁଟି ବାହାରିଯିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଥଟ୍ଟା ପରିହାସ ଚାଲିଛି । ମିସେଲ ଆମେରିକାର ଉପରାଷ୍ଟ୍ରପତି ଥିବା କଥା ସେମାନେ ଜାଣି ନଥିଲେ ବୋଲି ଅନେକ ଲୋକ ମତ ରଖିଛନ୍ତି। ପୂର୍ବରୁ ଆମେରିକୀୟ କଂଗ୍ରେସରେ ଉଦବୋଧନ ଦେବା ସମୟରେ ବାଇଡେନ ୟୁକ୍ରେନିଆନଙ୍କୁ ଇରାନିଆନ୍ ବୋଲି କହିଥିଲେ। ନିକଟରେ ସେ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ପ୍ରଥମ ମହିଳା ବୋଲି କହି ପରିହାସର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର