୫ ବର୍ଷରେ ସବୁଠୁ ବଡ଼ ବିଫଳତା ସ୍ବୀକାର କଲେ ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କାରୀ ସ୍ବୀକାର କରିଛନ୍ତି ଯେ, ତାଙ୍କ ମନ୍ତ୍ରାଳୟ ଗତ ୫ ବର୍ଷ ମଧ୍ୟରେ ଦେଶରେ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁସଂଖ୍ୟା କମାଇବାରେ ବିଫଳ ହୋଇଛି। ମୁମ୍ବାଇରେ ଗଡ଼କରୀ କହିଛନ୍ତି, ସଡ଼କ ଦୁର୍ଘଟଣା ସାମାନ୍ୟ କମିଥିଲେ ମଧ୍ୟ ସ୍ଥିତି ଉଦ୍‌ବେଗଜନକ ରହିଛି। ରିପୋର୍ଟ ଅନୁଯାୟୀ ୧୯୯ ଦେଶରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟାରେ ଭାରତ ସବୁଠୁ ଶୀର୍ଷରେ ରହିଛି। ରାସ୍ତା ସୁରକ୍ଷା ୨୦୧୮ ଡବ୍ଲ୍ୟୁଏଚ୍‌ଓ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ବରେ ହେଉଥିବା ସଡ଼କ ଦୁର୍ଘଟଣାଜନିତ ମୋଟ ମୃତ୍ୟୁରୁ ୧୧ ପ୍ରତିଶତ ଭାରତରେ ହେଉଛି। ଗଡ଼କରୀ କହିଛନ୍ତି, ବର୍ତ୍ତମାନ ଭାରତରେ ସ୍ଥିତି ଅତି ଭୟଙ୍କର ରହିଛି। ପ୍ରତିବର୍ଷ ଆମେ ୫ ଲକ୍ଷ ଦୁର୍ଘଟଣା ଏବଂ ୧.୫ ଲକ୍ଷ ଲୋକଙ୍କ ମୃତ୍ୟୁକୁ ସାମ୍ନା କରୁଛୁ। ପ୍ରଥମ ଥର ପାଇଁ ଗତ ୩ ମାସ ମଧ୍ୟରେ ଦୁର୍ଘଟଣା ଏବଂ ମୃତ୍ୟୁ ସଂଖ୍ୟା କମିଛି। ଗଡ଼କରୀ କହିଛନ୍ତି, ତାଙ୍କ ମନ୍ତ୍ରାଳୟରେ ସବୁକିଛି ଠିକ୍‌ ଅଛି କିନ୍ତୁ ଗତ ୫ ବର୍ଷ ମଧ୍ୟରେ ଦୁର୍ଘଟଣା ଏବଂ ମୃତ୍ୟୁ ସଂଖ୍ୟା କମାଇବା ତାଙ୍କ ମନ୍ତ୍ରାଳୟର ସବୁଠୁ ବଡ଼ ବିଫଳତା

ସମ୍ବନ୍ଧିତ ଖବର