ମ୍ୟାଗ୍‌ନେସିୟମ୍‌ କାର୍ବୋନେଟ୍‌ ବାହାରିବାରୁ ବିହାରରେ ବ୍ୟାନ୍‌ ହେଲା ୧୨ଟି ପାନ୍‌ ମସଲା

ପାଟ୍‌ନା: ନିତିଶ କୁମାର ସରକାରଙ୍କ ଶାସିତ ବିହାରରେ ୧୨ଟି ପାନ ମସଲାକୁ ବନ୍ଦ କରି ଦିଆଯାଇଛି। ବନ୍ଦ କରାଯାଇଥିବା ପାନ୍‌ ମସଲାଗୁଡ଼ିକରେ ମ୍ୟାଗ୍‌ନେସିୟମ୍‌ କାର୍ବୋନେଟ୍‌ ଥିବା କାରଣରୁ ସେଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ସୂଚନା ରହିଛି। ରାଜ୍ୟର ଖାଦ୍ୟ ଓ ସୁରକ୍ଷା ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରି ଜନତାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମ୍ୟାଗ୍‌ନେସିୟମ୍‌ କାର୍ବୋନେଟ୍‌ ଥିବା ପାନ୍‌ ମସଲା ପ୍ୟାକେଟ୍‌ଗୁଡ଼ିକୁ ବନ୍ଦ କରି ଦେଇଛନ୍ତି।

ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ କେତୋଟି ପାନ୍‌ ମସଲାର ପରୀକ୍ଷା କରାଯାଇ ଥିଲା। କେତେକ ପାନ୍‌ ମସଲାରେ ମ୍ୟାଗ୍‌ନେସିୟମ୍‌ କାର୍ବୋନେଟ ବାହାରିଲା, ଯାହାକି ହୃଦ୍‌ରୋଗ କରାଏ। ଯେଉଁ ବ୍ରାଣ୍ଡ୍‌ଗୁଡ଼ିକୁ ପରୀକ୍ଷା କରାଯାଇଥିଲା ସେଗୁଡ଼ିକ ହେଲା ରଜନୀଗନ୍ଧା ପାନ୍‌ ମସଲା, ରାଜ ନିଓ୍ଵାସ ପାନ୍‌ ମସଲା, ସୁପ୍ରିମ ପାନ୍‌ ପରାଗ ପାନ୍‌ ମସଲା, ପରାଗ ପାନ୍‌ ମସଲା, ବହାର ପାନ୍‌ ସମଲା, ବାହୁବଲୀ ପାନ୍‌ ମସଲା, ରାଜଶ୍ରୀ ପାନ୍‌ ମସଲା, ରୌନକ ପାନ୍‌ ମସଲା, ସିଗ୍‌ନେଚର୍‌ ପାନ୍‌ ମସଲା, ମଧୁ ପାନ୍‌ ମସଲା ଇତ୍ୟାଦି।

ସମ୍ବନ୍ଧିତ ଖବର