ଦିଲ୍ଲୀ ବିମାନବନ୍ଦରରେ ଗୁଳି ସହ ବିହାର ବିଧାୟକ ଅଟକ

ନୂଆଦିଲ୍ଲୀ : ନିଜ ବ୍ୟାଗରେ ଜୀବନ୍ତ ଗୁଳି ନେଉଥିବା ଅଭିଯୋଗରେ ବିହାରର ମାଧେପୁରା ବିଧାୟକ ଚନ୍ଦ୍ରଶେଖରଙ୍କୁ ସୁରକ୍ଷା କର୍ମୀମାନେ ଆଜି ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରଖି ପଚରାଉଚରା କରୁଛନ୍ତି। ସୂଚନାନୁଯାୟୀ, ବୁଧବାର ଚନ୍ଦ୍ରଶେଖର ପାଟନା ଆସିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚି ଆସବାବପତ୍ର ଯାଞ୍ଚ କରାଉଥିବା ବେଳେ ତାଙ୍କ ପାଖରେ ୩.୧୫ ମିମି ବୋର୍ ବିଶିଷ୍ଟ ୧୦ଟି ଜୀବନ୍ତ ଗୁଳି ଥିବା ଜଣାପଡ଼ିଥିଲା। ଫଳରେ ସୁରକ୍ଷା କର୍ମୀମାନେ ତାଙ୍କୁ ବିମାନରେ ଚଢ଼ିବାକୁ ଅନୁମତି ନଦେବା ସହ ପୁଲିସକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର