ବିଲ୍‌କିସ୍‌ ବାନୋ ମାମଲା: ଦୁଇ ସପ୍ତାହ ମଧ୍ୟରେ କ୍ଷତିପୂରଣ ଏବଂ ଚାକିରି ଦେବାକୁ ଗୁଜରାଟ ସରକାରଙ୍କୁ ଆଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋଙ୍କୁ ଦୁଇ ସପ୍ତାହ ମଧ୍ୟରେ କ୍ଷତିପୂରଣ ଏବଂ ଚାକିରି ଦେବାକୁ ଗୁଜରାଟ ସରକାରଙ୍କୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି।

ଗୋଧ୍ରା ଦଙ୍ଗା ପରେ ଗୁଜରାଟର ଦାହୋଦ ଜିଲ୍ଲା ଅନ୍ତର୍ଗତ ରନ୍ଧିକପୁର ଗାଁରେ ଗଣଦଷ୍କର୍ମ ସରବ୍ୟ ହୋଇଥିବା ବିଲ୍‌କିସ୍‌ ବାନୋଙ୍କୁ ଏ ବର୍ଷ ଏପ୍ରିଲ୍‌ ମାସରେ ସୁପ୍ରିମ୍‌ କୋର୍ଟ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଗୁଜରାଟ ସରକାରଙ୍କୁ କହିଥିଲେ। ନିୟମ ଅନୁସାରେ ତାଙ୍କୁ ସରକାରୀ ଚାକିରି ଏବଂ ବାସଗୃହ ଯୋଗାଇ ଦେବାକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଗୁଜରାଟ ସରକାରଙ୍କୁ କହିଥିଲେ।

photo credit: newsclick

୨୦୦୨ ଗୁଜରାଟ ଦଙ୍ଗା ସମୟରେ ଅନ୍ତଃସତ୍ତ୍ୱା ୧୯ ବର୍ଷୀୟ ବିଲ୍‌କିସ୍‌ ୟାକୁବ୍‌ ରସୁଲଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା।

ଗୁଜରାଟ ସରକାରଙ୍କ ଓକିଲ ସୋମବାର ଦିନ ଖଣ୍ଡପୀଠଙ୍କୁ କହିଥିଲେ ଯେ ସେମାନେ ଏପ୍ରିଲ୍‌ ଆଦେଶର ସମୀକ୍ଷା ଚାହୁଁଛନ୍ତି।

କିନ୍ତୁ କ୍ଷତିପୂରଣ ଯୋଗାଇବାରେ ବିଳମ୍ବ ହୋଇଥିବା ଦର୍ଶାଇ ସୁପ୍ରିମ୍‌ କୋର୍ଟ ଆଜି ଗୁଜରାଟ ସରକାରଙ୍କୁ କହିଛନ୍ତି କି, କ୍ଷତିପୂରଣ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ଵିତ କରି ଦୁଇ ସପ୍ତାହ ମଧ୍ୟରେ ତାହା ଯୋଗାଇ ଦେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର