ମା’ ପାର୍କରେ ବୁଲୁଥିବା ବେଳେ ପକ୍ଷୀ ଆକ୍ରମଣରେ ନବଜାତ ଶିଶୁର ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପକ୍ଷୀ ଆକ୍ରମଣରେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶିଶୁକୁ ତାର ମା’ ପାର୍କରେ ନେଇ ବୁଲୁଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି।

ସୂଚନା‌ଯୋଗ୍ୟ, ଅଷ୍ଟ୍ରେଲିଆରେ ମେଗପାଇ ପକ୍ଷୀ ଦେଖିବାକୁ ମିଳିଥାଏ। ଏହି ପକ୍ଷୀ ଗତ ରବିବାର ନବଜାତ ଶିଶୁ ଜୀବନ ନେଇ ଯାଇଛି।

ରବିବାର ଦ୍ବିପହର ସମୟରେ ଜଣେ ମା’ ନବଜାତକୁ ଧରି ବ୍ରିସବେନର ଗ୍ଲିଣ୍ଡେମାନ ପାର୍କ ବୁଲୁଥିଲେ। ଏହି ସମୟରେ ମେଗପାଇ ନାମକ ଏକ ପକ୍ଷୀ ଉଡି ଆସି ଶିଶୁ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ମା’ ଓ ଶିଶୁ ଉଭୟ ତଳେ ପଡ଼ି ଯାଇଥିଲେ।

ଏହି ଘଟଣା ଘଟିବା ପରେ ଶିଶୁର ପିତା ଡାକ୍ତରଙ୍କୁ ଖବର ଦେଇଥିଲେ। ଖବର ପାଇ ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଚିକିତ୍ସା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଶିଶୁର ମୃତ୍ୟୁ ହୋଇଯାଇଥିଲା। ଶିଶୁର ମୃତ୍ୟୁ ଖବର ଶୁଣିବା ପରେ ତାର ମା’ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର