ବିରିୟାନୀ ମସଲା ପୁରୁଷଙ୍କ କାମ ବାସନା ହ୍ରାସ କରୁଥିବା ଦର୍ଶାଇ ଦୋକାନ ବନ୍ଦ କରାଇଲେ ‘ତୃଣମୂଳ କଂଗ୍ରେସ’ ନେତା

କୁଚ୍‌ବେହାର: ବିରିୟାନୀ ମସଲା ପୁରୁଷମାନଙ୍କ କାମ ବାସନା ହ୍ରାସ କରାଥିବା ଦର୍ଶାଇ ବିବ‌ାଦୀୟ ‘ତୃଣମୂଳ କଂଗ୍ରେସ’ ନେତା ତଥା କୁଚ୍‌ବେହାର ପୌରାଧ୍ୟକ୍ଷ ରବୀନ୍ଦ୍ରନାଥ ଘୋଷ ପଶ୍ଚିମବଙ୍ଗର କୁଚ୍‌ବେହାରରେ ଜବରଦସ୍ତି ଦୁଇଟି ବିରିୟାନୀ ଦୋକାନ ବନ୍ଦ କରାଇଛନ୍ତି।

ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ସରକାରରେ ଆଗରୁ ମନ୍ତ୍ରୀ ଥିବା ରବୀନ୍ଦ୍ରନାଥ ଘୋଷ କହିଛନ୍ତି ଯେ, ବିରିୟାନୀ ରାନ୍ଧିବାରେ ବ୍ୟବହୃତ ସାମଗ୍ରୀ ଓ ମସଲା ପୁରୁଷ କାମ ବାସନା ହ୍ରାସ କରାଉଛି ବୋଲି କେତେ ଜଣ ଲୋକ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ଗତ କିଛି ଦିନ ହେବ ଏ ଅଞ୍ଚଳର ଲୋକଙ୍କଠାରୁ ଅଭିଯୋଗ ହେଉଛି ଯେ, ବିରିୟାନୀ ରନ୍ଧାରେ କି, ମସଲା ପଡୁଛି କେଜାଣି, ତାହା ଲୋକମାନଙ୍କର କାମ ବାସନା ହ୍ରାସ କରୁଛି।

Image Courtesy of ETV Bharat

କିନ୍ତୁ, ଏହାର ସତ୍ୟତା ବା ପ୍ରମାଣ ବିଷୟରେ ସେ କିଛି କହି ପାରି ନାହାନ୍ତି।

ସମ୍ପ୍ରତି କୁଚ୍‌ବେହାର ମୁନିସପାଲିଟିର ଅଧ୍ୟକ୍ଷ ଥିବା ରବୀନ୍ଦ୍ରନାଥ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବିନା ଲାଇସେନ୍‌ସ୍‌ରେ ବିହାର ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରୁ ଲୋକେ ଆସି ଏଠାରେ ଦୋକାନ ଖୋଲି ବିରିୟାନୀ ବ୍ୟବସାୟ ଚଳାଇଛନ୍ତି। ଅଭିଯୋଗ ହେବା ପରେ ଆମେ ଏଠାକୁ ଆସି ଦେଖିଲୁ ସେ ଦୋକାନଗୁଡ଼ିକର ବ୍ୟାବସାୟିକ ଲାଇସେନ୍‌ସ୍‌ ନାହିଁ। ସେମାନେ ରାସ୍ତା ଅବରୋଧ ମଧ୍ୟ କରୁଛନ୍ତି। ତେଣୁ, ସେ ଦୋକାନ ସବୁ ବନ୍ଦ କରାଗଲା।

ସମ୍ବନ୍ଧିତ ଖବର