ଏନ୍‌ଆଇଏ ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ : ଆଜି ଲୋକସଭାରେ ଗୃହୀତ ହୋଇଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସଂଶୋଧନ ବିଲ୍ ୨୦୧୯କୁ ବିଜେଡି ଦ୍ବାରା ସମର୍ଥନ କରାଯାଇଥିଲା। ବିଲ୍‌କୁ ସମର୍ଥନ ଜଣାଇବା ସହିତ ବିଜେଡି ପକ୍ଷରୁ ଏହି ସଂଶୋଧନ ବିଲ୍‌ରେ ସରକାରଙ୍କ ଠାରୁ କିଛି ସ୍ପଷ୍ଟୀକରଣ ମଧ୍ୟ ଲୋଡା ଯାଇଥିଲା। ବିଜେଡି ସାଂସଦ ଭର୍ତୃହରି ମହତାବ ଆଲୋଚନାରେ ଭାଗନେଇ କହିଥିଲେ ଏହି ବିଲ୍‌ର ପରିସରକୁ ସମ୍ପ୍ରସାରଣ କରାଯିବାର ଆବଶ୍ୟକତା ରହିଛି। ଏନ୍‌ଆଇଏ ଦ୍ବାରା ରାଜ୍ୟ ପୁଲିସ୍‌କୁ ସୂଚନା ଦିଆନଯାଇ ହୋଇଥିବା ତଦନ୍ତ ପ୍ରସଙ୍ଗରେ ମହତାବ ଆପତ୍ତି ଉଠାଇଥିଲେ। ସେ ପ୍ରଶ୍ନ କରିଥିଲେ କେନ୍ଦ୍ର ଓ ରାଜ୍ୟ ଭିତରେ ସମନ୍ବୟର ଅଭାବ ରହୁଛି। ସଂଘୀୟ ବ୍ୟବସ୍ଥା ଅନୁଯାୟୀ ରାଜ୍ୟକୁ ପୂର୍ବ ସୂଚନା ଦେବା ଆବଶ୍ୟକ। କିନ୍ତୁ ରାଜ୍ୟ ସରକାରଙ୍କୁ ବିଶ୍ବାସକୁ ନିଆଯାଉ ନାହିଁ। ମହତାବ ପୁଣି ପ୍ରଶ୍ନ କରିଥିଲେ ସ୍ବତନ୍ତ୍ର କୋର୍ଟ ଗୁଡ଼ିକୁ କିଏ ନିଯୁକ୍ତି ଦେଉଛନ୍ତି , କେନ୍ଦ୍ର ନା ରାଜ୍ୟ।

ସମ୍ବନ୍ଧିତ ଖବର