ଦୁଇ ବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଦିନ ଅନୁଷ୍ଠିତ ହେବ | ଏହି ବୈଠକରେ ଏକକ ରାଜନୈତିକ ସଂକଳ୍ପ ପାରିତ ହେବ। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କରୋନା ପ୍ରତିବନ୍ଧକ ହେତୁ ଦୁଇ ବର୍ଷ ପରେ ରବିବାର ଦିନ ଏହାର ବୈଠକ ହେବାକୁ ଯାଉଛି। ଏହି ଦିନିକିଆ ବୈଠକରେ ଚଳିତ ବର୍ଷ ସରକାରଙ୍କ କରୋନା ସହିତ ମୁକାବିଲା, ଟିକାକରଣ ଏବଂ ଅର୍ଥନୀତିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି।

ସରକାରଙ୍କ ଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ସାଧାରଣ ଜନତା ଓ କର୍ମୀଙ୍କ ନିକଟରେ ପହଞ୍ଚିପାରିବ ସେନେଇ ବିଜେପି ନେତାମାନଙ୍କୁ ମନ୍ତ୍ର ଦିଆଯିବ | ଏହି ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମ୍ବୋଧିତ କରିବେ ବୋଲି ଅରୁଣ ସିଂ କହିଛନ୍ତି। ଅରୁଣ ସିଂଙ୍କ କହିବା ଅନୁଯାୟୀ ପଞ୍ଜାବ, ମଣିପୁର, ଗୋଆ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମାନସମନ୍ଥନ କରାଯିବ ।

କେନ୍ଦ୍ରୀୟ ଯୋଜନା ଓ ସଫଳତାର ସହ ୧୦୦କୋଟି ଟିକାକରଣ ଅଭିଯାନ କିଭଳି ସଫଳ ହୋଇଛି ତାହା ବାବଦରେ ଆଲୋଚନା ହେବ | ତେବେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ହିଁ ବୈଠକର ମୁଖ୍ୟ ପ୍ରସଙ୍ଗ ହେବ ବୋଲି କୁହାଯାଉଛି |

ସମ୍ବନ୍ଧିତ ଖବର