୧୧ରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଆସନ ବୁଝାମଣାକୁ ଚୁଡ଼ାନ୍ତ ରୂପ ଦିଆଯିବ !

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ଏବେଠୁ ମହାରାଷ୍ଟ୍ରର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ ହୋଇଯାଇଛି । ଗତକାଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଯାହା କହିଥିଲେ ସେଥିରୁ ସ୍ପଷ୍ଟ ହେଉଛି ଯେ  ଆଗାମୀ ବିଧାନସଭା ନିର୍ବାଚନ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ହେବ।

ଆଜି ଖବର ମିଳିଛି ଯେ ଆଗାମୀ ୧୧ ତାରିଖରେ ଉଭୟ ଦଳ ଭିତରେ ଆସନ ବୁଝାମଣାକୁ ଚୁଡ଼ାନ୍ତ ରୂପ ଦିଆଯିବ। ସୂଚନା ଅନୁସାରେ ଆଗାମୀ ୧୧ ତାରିଖରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା , ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏକ ବୈଠକ କରି ଏହାକୁ ଅନ୍ତିମ ରୂପ ଦେବେ  ।

Image result for bjp shiv sena
photo-abpnews

ରାଜ୍ୟରେ ଥିବା ୨୮୮ଟି ଆସନରୁ ବିଜେପି ୧୬୦ ଓ ଶିବସେନା ୧୧୦ଟି ଆସନରେ ନିର୍ବାଚନ ଲଢିବା ନେଇ ସୂଚନା ମିଳିଛି । ଅନ୍ୟ ୧୮ଟି ଆସନକୁ ଆଉ କିଛି ଛୋଟ ଦଳଙ୍କୁ ଦିଆଯିବ ବୋଲି ଜଣାଯାଇଛି। କିନ୍ତୁ ଶିବସେନା ଏହାକୁ ନେଇ ସନ୍ତୁଷ୍ଟ ନଥିବା କୁହାଯାଉଛି। କିନ୍ତୁ ବିଜେପି ଶିବସେନାକୁ ରାଜି କରାଇପାରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର