ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ବିପ୍ଳବ ଦେବଙ୍କ ଶପଥ ଗ୍ରହଣ

ଅଗରତାଲା: ବିଜେପି ରାଜ୍ୟ ଅଧ୍ୟକ୍ଷ ବିପ୍ଳବ ଦେବ ଆଜି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ତ୍ରିପୁରାସ୍ଥିତ ଆସାମ ରାଇଫଲ୍‌ ଗ୍ରାଉଣ୍ଡ୍‌ରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥାଗତ ରାୟ ବିପ୍ଳବ ଦେବଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଓ୍ଵାନୀ, ମୁରଲୀ ମନୋହର ଜୋଶୀ, ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ଶାସିତ ତିନି ଉତ୍ତରପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଏହାଛଡ଼ା ବିଦାୟୀ ମୁଖ୍ୟମନ୍ତ୍ରୀ ମାଣିକ ସରକାର ମଧ୍ୟ ଯୋଗ ଦେଇଥିଲେ।

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଜିଷ୍ଣୁ ଦେବ ବର୍ମନ୍‌।

ସମ୍ବନ୍ଧିତ ଖବର