କଂଗ୍ରେସକୁ ଘେରିଲା ବିଜେପି, ଭୋଟ୍‌ ପାଇଁ କଂସେଇ ସାଜୁଛି ଗୋପୂଜକ

ଭୋପାଳ: ମଧ୍ୟ ପ୍ରଦେଶର ୨୩୦ ବିଧାନସଭା ଆସନ ପାଇଁ ନଭେମ୍ବର ୨୮ରେ ନିର୍ବାଚନ ହେବାକୁ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଜୋର୍‌ଦାର କରାଯାଇଛି। ଭୋଟର୍‌ଙ୍କୁ ପ୍ରଭାବିତ କରିବା ଲାଗି ପ୍ରମୁଖ ଦଳ ପରସ୍ପରକୁ ସମାଲୋଚନା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏଭଳି ସ୍ଥିତିରେ ମଧ୍ୟ ପ୍ରଦେଶ ବିଜେପି ବିଧାୟକ ରାମେଶ୍ବର ଶର୍ମା ସୋମବାର କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ କଂଗ୍ରେସ ଗୋସୁରକ୍ଷା ପାଇଁ ଏହାର ନିର୍ବାଚନ ଇସ୍ତାହାରରେ କହିଛି। ଏହା ଅଡୁଆ ଲାଗୁଛି। କେରଳରେ ଦଳର କର୍ମୀମାନେ ଏକ ଗାଈଙ୍କୁ ହତ୍ୟା କରିଥିବା ବେଳେ ଦଳ ମଧ୍ୟ ପ୍ରଦେଶରେ ଗୋସୁରକ୍ଷା କଥା କହୁଛି। କେବଳ ଭୋଟର୍‌ଙ୍କୁ ପ୍ରଭାବିତ କରିବା ପାଇଁ କଂସେଇ ଆଜି ଗୋପୂଜକ ସାଜିବାକୁ ଉଦ୍ୟମ କରୁଛି ବୋଲି ଶର୍ମା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଶନିବାର କଂଗ୍ରେସ ପକ୍ଷରୁ ରାଜ୍ୟ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗୋଶାଳା ନିର୍ମାଣ ପାଇଁ ଏଥିରେ ପ୍ରତିଶ୍ରୁତି ଦିଆଯାଇଛି।

ସମ୍ବନ୍ଧିତ ଖବର