କଂଗ୍ରେସକୁ ବିଜେପିର ପ୍ରଶ୍ନ : ରାଫେଲ ପାଇଁ ଦିଆଯାଇଥିବା କମିସନ ଟଙ୍କା ଗଲା କୁଆଡ଼େ ?

ନୂଆଦିଲ୍ଲୀ : ରାଫେଲ ବିମାନ କିଣା ପ୍ରସଙ୍ଗରେ  କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି ।  ବିଜେପି ମୁଖପାତ୍ର ସଂବିତ ପାତ୍ର କହିଛନ୍ତି ଯେ ରାଫେଲ ବିମାନ କିଣାର ସତ୍ୟତା ଏବେ ସାମନାକୁ ଆସିଛି । ଏହି ବିମାନ କିଣାରେ ବଡ଼ ଧରଣର କମିସନି କାରବାର ହୋଇଛି । ଏସବୁ କାଣ୍ଡ ୨୦୦୭ରୁ ୨୦୧୨ ମଧ୍ୟରେ ଅର୍ଥାତ ୟୁପିଏ ସରକାରଙ୍କ ଅମଳରେ ହୋଇଛି ।

କଂଗ୍ରେସକୁ ଟାର୍ଗେଟ୍ କରି ସେ କହିଛନ୍ତି ଆଇଏନସିର ଅର୍ଥ ହେଉଛି ଆଇ ନିଡ୍ କମିସନ । କଂଗ୍ରେସ ସରକାର ଅମଳରେ ଯାହା ବି ଡିଲ୍ ହେଉଥିଲା ତାହା କମିସନି କାରବାର ସହ ହେଉଥିଲା ।

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ଆକ୍ଷେପ କରି ସେ କହିଛନ୍ତି ଯେ ୨୦୧୯ରେ ନିର୍ବାଚନ ପୂର୍ବରୁ ରାଫେଲ ଡିଲରେ ଦୁର୍ନୀତିକୁ ନେଇ ଭ୍ରମ ସୃଷ୍ଟି କରାଯାଇଥିଲା । କଂଗ୍ରେସ ଏପରି ଭାବେ ବାରମ୍ବାର ଏହି ପ୍ରସଙ୍ଗକୁ ଉଠାଇଥିଲା ଯେପରି ଲାଗୁଥିଲା ଯେ ଏହି ଡିଲ ହେବାପରେ କଂଗ୍ରେସର କୌଣସି ସ୍ବାର୍ଥହାନୀ ହୋଇଛି ।

ସୂଚନାଯୋଗ୍ୟ ଯେ, ରାଫେଲ ଲଢୁଆ ବିମାନ ବିକ୍ରି ପାଇଁ ଫ୍ରାନ୍ସ କମ୍ପାନି ଡାସାଲ୍ଟ ଆଭିଏସନ ଏକ ମଧ୍ୟସ୍ଥିଙ୍କୁ ୭.୫ ନିୟୁତ ୟୁରୋ ବା ପ୍ରାୟ ୬୫ କୋଟି ଟଙ୍କା ଲାଞ୍ଚ ଦେଇଥିଲା ଓ ଏହି କମିଶନ ୨୦୦୭ରୁ ୨୦୧୨ ମଧ୍ୟରେ ଦିଆଯାଇଥିଲା  ବୋଲି ଫ୍ରାନ୍ସର ଏକ ନ୍ୟୁଜ ପୋର୍ଟାଲ ‘ମିଡିଆପାର୍ଟ’ ଅଭିଯୋଗ କରିଛି ।

 

ସମ୍ବନ୍ଧିତ ଖବର