ସମ୍ରାଟ ଚନ୍ଦ୍ରଗୁପ୍ତ ଓ ଅଶୋକ ଓବିସି ଥିଲେ କି ?

ନୂଆଦିଲ୍ଲୀ : ଆଗକୁ ଦେଶର ସବୁଠାରୁ ବଡ଼ ଓ ରାଜନୈତିକ ଦୃଷ୍ଟିରୁ ମହତ୍ତ୍ବପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଉତ୍ତରପ୍ରଦେଶର ନିର୍ବାଚନର ଏକ ବଡ଼ ବିଶେଷତା ହେଲା ଏହାର ଜାତି ଭିତ୍ତିକ ଭୋଟର ଶ୍ରେଣୀ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି ।

ନିକଟରେ ଉତ୍ତରପ୍ରଦେଶର ଯୋଗୀ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ସେ ଉତ୍ତରପ୍ରଦେଶର ଜଣେ ଟାଣୁଆ ଓବିସି (ପଛୁଆ ବର୍ଗ) ନେତା ଭାବେ ଜଣାଶୁଣା । ଏହା ପରେ ରାଜ୍ୟରେ ଓବିସି ଭୋଟରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉତ୍ତରପ୍ରଦେଶର ୪୦ ପ୍ରତିଶତ ଭୋଟର ହେଉଛନ୍ତି ଓବିସି । ଏଣୁ ଏହି ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି ।

ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମର ସାହାରା ନିଆଯାଉଛି । ମୋଦୀ ଜଣେ ଓବିସି ନେତା ଭାବେ ଜଣାଶୁଣା । କିନ୍ତୁ ବିଜେପି କେତେକ ଐତିହାସିକ ଚରିତ୍ରକୁ ମଧ୍ୟ ଓବିସିର ପୋଷ୍ଟର ବୟ ଭାବେ ଉପସ୍ଥାପନ କରାଯାଉଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଇତିହାସ ପ୍ରସିଦ୍ଧ ମଗଧ ସାମ୍ରାଜ୍ୟର ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ସମ୍ରାଟ ଅଶୋକ । ଓବିସି ବର୍ଗଙ୍କୁ ଆକୃଷ୍ଟ କରିବାକୁ ବିଜେପି ଉଭୟ ବିହାର ଓ ଉତ୍ତରପ୍ରଦେଶରେ ଉଭୟ ସମ୍ରାଟଙ୍କୁ ଓବିସି ଭାବେ ପ୍ରମାଣିତ କରିବାକୁ ଲାଗିଛି । ଗତ କିଛି ବର୍ଷ ହେଲା ବିହାରରେ ଜେଡିୟୁ-ବିଜେପି ସରକାରଙ୍କ ପକ୍ଷରୁ ଚନ୍ଦ୍ରଗୁପ୍ତ ଓ ଅଶୋକଙ୍କ ନାଁରେ ବିଭିନ୍ନ ପ୍ରକଳ୍ପ ଘୋଷଣା କରାଯାଇଛି । ସେହିପରି ଉତ୍ତରପ୍ରଦେଶରେ ବି କେତେକ ପ୍ରକଳ୍ପ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର