ସୁପାରି ଟଙ୍କା ନଦେବାରୁ ବିଜେପି ନେତାଙ୍କୁ ହତ୍ୟା

ଡେରାଡ଼ୁନ୍‌: ଉତ୍ତରାଖଣ୍ଡର ନୈନିତାଲ୍‌ ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ବିଜେପି ନେତା ଏବଂ ଜିଲ୍ଲା ପଞ୍ଚାୟତ ସଦସ୍ୟ ବୀରେନ୍ଦ୍ର ମନରାଲ୍‌ଙ୍କୁ ଗତ ଶନିବାର ନୈନିତାଲ୍‌ ଜିଲ୍ଲା କୋର୍ଟ ବାହାରେ ହତ୍ୟା କରାଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ଓରଫ୍‌ ଭାଉ ବିଜେପି ନେତାଙ୍କ ଉପରେ ରାଗ ରଖିଥିଲା। ୨୦୧୫ରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହତ୍ୟା ପାଇଁ ବିଜେପି ନେତା ସୁପାରି ଦେଇଥିଲେ। କିନ୍ତୁ ହତ୍ୟା ବାବଦରେ ସେ ଯେଉଁ ଟଙ୍କା ଦେବାକୁ କହିଥିଲେ ତାହା ସେ ଦେଇନଥିବାରୁ ମନରାଲ୍‌ଙ୍କୁ ଅଭିଯୁକ୍ତ ଦେବେନ୍ଦ୍ର ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର