ଭାରତରେ ଏତିକି ଲୋକଙ୍କୁ ଦିଆଗଲାଣି ବୁଷ୍ଟର ଡୋଜ

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ, କୋଭିଡ ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ ଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ମଙ୍ଗଳବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏଥିସହିତ ସେ କହିଛନ୍ତି ଯେ ଯେଉଁମାନେ ପ୍ରିକସନ ବା ବୁଷ୍ଟର ଡୋଜ ନେବାକୁ ଯୋଗ୍ୟ, ସେମାନେ ଟିକା ନେବା ଆବଶ୍ୟକ।

ସୂଚନା ଥାଉ କି ଭାରତରେ ଜାନୁଆରି ୧୦ରୁ ସ୍ୱାସ୍ଥ୍ୟ କର୍ମୀ, ନିର୍ବାଚନ ଡ୍ୟୁଟିରେ ନିୟୋଜିତ କର୍ମଚାରୀଙ୍କ ସମେତ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭିଡ -୧୯ ଟିକାକରଣର ବୁଷ୍ଟର ଡୋଜ ଦେବା ଆରମ୍ଭ କରାଯାଇଥିଲା । କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମଣ ମଧ୍ୟରେ ଏହି ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା ।

 

ସୂଚନା ଥାଉ କି ଦେଶରେ କରୋନା ଟିକାକରଣ ଗତବର୍ଷ ଜାନୁୟାରି ୧୬ରୁ ଆରମ୍ଭ ହୋଇଥିଲା | ଗତ ୨୪ ଘଣ୍ଟା ମଧ୍ୟରେ ୮୦ ଲକ୍ଷରୁ ଅଧିକ କରୋନା ଟିକା ଡୋଜ ଦିଆଯାଇଥିଲା। ଏହିପରି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୮ କୋଟିରୁ ଅଧିକ କରୋନା ଟିକାର ଡୋଜ ଦିଆଯାଇଛି।

ସମ୍ବନ୍ଧିତ ଖବର