ବାୟୁସେନାର ଲଢ଼ୁଆ ସୁଖୋଇ- ୩୦ ଯୁଦ୍ଧ ବିମାନରେ ଏବେ ଖଞ୍ଜା ଚାଲିଛି ଅତ୍ୟାଧୁନିକ ବ୍ରହ୍ମୋସ୍‌ ଏନ୍‌ଜି କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ବାୟୁସେନାର ଲଢ଼ୁଆ ସୁଖୋଇ- ୩୦ ଏମ୍‌କେଆଇ ଯୁଦ୍ଧ ବିମାନଗୁଡ଼ିକରେ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଖଞ୍ଜା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ଜାଣିବାକୁ ମିଳିଛି। ବ୍ରହ୍ମୋସ୍‌ ଏନ୍‌ଜି (ନେକ୍‌ଷ୍ଟ ଜେନେରେସନ୍‌) ନାମରେ ନାମିତ ଏହି ସଂପୂର୍ଣ୍ଣ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସବୁକୁ ଏବେ ସୁଖୋଇ- ୩୦ ଏମ୍‌କେଆଇ ଯୁଦ୍ଧ ବିମାନଗୁଡ଼ିକରେ ଖଞ୍ଜା ଯାଉଛି। ଏହି ଅତ୍ୟାଧୁନିକ ବ୍ରହ୍ମୋସ୍‌ ଏନ୍‌ଜି କ୍ଷେପଣାସ୍ତ୍ରଗୁଡ଼ିକ ଭାରତୀୟ ବାୟୁସେନାର ଭବିଷ୍ୟତର ଆବଶ୍ୟକତାଗୁଡ଼ିକୁ ପୂରଣ କରିବାରେ ସମର୍ଥ ହେବ ବୋଲି କୁହାଯାଉଛି।

ପୂର୍ବରୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ତେଜସ୍‌ରେ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଖଞ୍ଜା ଯାଇ ଏହାର ସଫଳ ପରୀକ୍ଷଣ କରାଯାଇ ସାରିଥିବା ବେଳେ ଏବେ ଏହାକୁ ସୁଖୋଇ- ୩୦ ଏମ୍‌କେଆଇ ଯୁଦ୍ଧ ବିମାନଗୁଡ଼ିକରେ ଅତ୍ୟାଧୁନିକ ବ୍ରହ୍ମୋସ୍‌ ଏନ୍‌ଜି ଖଞ୍ଜାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୧.୫ ଟନ୍‌ ଓଜନ ବିଶିଷ୍ଟ ଏହି ଅତ୍ୟାଧୁନିକ ବ୍ରହ୍ମୋସ୍‌ ଏନ୍‌ଜି କ୍ଷେପଣାସ୍ତ୍ରଗୁଡ଼ିକ ଘଣ୍ଟାପ୍ରତି ୪,୩୦୦ କିଲୋମିଟର ବେଗରେ ଗତିକରି ୩୦୦ କିଲୋମିଟର ଦୂରରେ ଥିବା ଟାର୍ଗେଟଗୁଡ଼ିକୁ ସଫଳତା ପୂର୍ବକ ଧ୍ୱଂସ କରିପାରିବ।

ସମ୍ବନ୍ଧିତ ଖବର