କର୍ଣ୍ଣାଟକରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜଣେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା କରାଯାଇଛି। ମିଳିଥିବା ସୂଚନାନୁଯାୟୀ କାଲବର୍ଗି ଜିଲ୍ଲାର ସେଦମ ସହରରେ ୬୪ ବର୍ଷୀୟ ବିଜେପି ନେତା ମଲ୍ଲିକାର୍ଜୁନ ମୁଥ୍ୟାଲାଙ୍କୁ ସୋମବାର ରାତିରେ ତାଙ୍କ ଦୋକାନାରେ ହତ୍ୟା କରାଯାଇଛି। ମଲ୍ଲିକାର୍ଜୁନ ତାଙ୍କ ଦୋକାନରେ ଶୋଇଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଛି ଏବଂ ତାଙ୍କ ଗୁପ୍ତାଙ୍ଗ କାଟି ଦିଆଯାଇଛି। ଚୋରି ପରେ ଏହି ହତ୍ୟା କରାଯାଇଛି ବୋଲି ସ୍ଥାନୀୟ ପୁଲିସ ସନ୍ଦେହ କରୁଛି କିନ୍ତୁ ତାଙ୍କ ଦୋକାନରୁ କୌଣସି ଟଙ୍କା କି ସାମଗ୍ରୀ ଚୋରି ହୋଇନି। ସୂଚନାନୁଯାୟୀ, ମଲ୍ଲିକାର୍ଜୁନ ୨ ଥର ବିବାହ କରିଛନ୍ତି ଏବଂ ତାଙ୍କର କିଛି ସମ୍ପତ୍ତି ବିବାଦ ଥିଲା। ପୁଲିସ ଏବେ ମଲ୍ଲିକାର୍ଜୁନଙ୍କ ସମସ୍ତ ପରିବାର ସଦସ୍ୟଙ୍କୁ ସମନ କରି ଜେରା କରୁଛି। ସ୍ଥାନୀୟ ଅଞ୍ଚଳରେ ଏହି ହତ୍ୟା ଆତଙ୍କ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର