ପାକ୍‌ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ବିଏସ୍‌ଏଫ୍‌

ଶ୍ରୀନଗର : ପାକିସ୍ତାନର ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ଆଜି ବିଏସ୍‌ଏଫ୍‌ ପଣ୍ଡ କରିଦେଇଛି। ଅନୁପ୍ରବେଶକାରୀମାନେ ପାକିସ୍ତାନ ପଟୁ କୁପୱାଡା ଜିଲ୍ଲା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଆଜି ସକାଳେ ଏଲ୍‌ଓସି ପାର ହୋଇ ନଉଗାମ୍‌ ସେକ୍ଟରକୁ ଆତଙ୍କବାଦୀ ପଶୁଥିବା ଜଣାପଡ଼ିବା ପରେ ବିଏସ୍‌ଏଫ୍‌ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଳେ। ଆତଙ୍କବାଦୀମାନେ ଛତ୍ରଭଙ୍ଗ ଦେଇ ପୁଣି ପିଓକେ ଫେରି ଯାଇଥିଲେ। ଏହା ପୂର୍ବରୁ ସେପ୍‌ଟେମ୍ବର ୧୨ ଓ ୧୩ରେ ମଧ୍ୟ ସେନା ପାକ୍‌ ଅନୁପ୍ରବେଶକୁ ନିଷ୍ଫଳ କରିଦେଇଥିଲା। ଏହା ସହିତ ଭାରତୀୟ ସେନା ପାକିସ୍ତାନ ବର୍ଡର ଆକ୍ସନ୍‌ ଟିମ୍‌ର ଜଣେ କମାଣ୍ଡାଣ୍ଟଙ୍କୁ ନିପାତ କରିଥିଲା। ଭାରତୀୟ ସେନା ଏହି ଘଟଣାର ଏକ ଭିଡ଼ିଓ ମଧ୍ୟ ଜାରି କରିଥିଲା। ପାକ୍‌ ଆତଙ୍କବାଦୀଙ୍କ ଦ୍ବାରା ନିୟମିତ ଭାବେ ଅନୁପ୍ରବେଶ ଉଦ୍ୟମ ହେଉଥିବାରୁ ଏଲ୍‌ଓସିରେ ହାଇ ଆଲର୍ଟ‌୍ ଜାରି ହୋଇଛି। ଗୁଇନ୍ଦା ରିପୋର୍ଟ ଅନୁସାରେ, ଏଲ୍‌ଓସି ଆଖପାଖ ମ୍ୟାକ୍‌ହିଲ ଓ କେରାନ୍‌ ସେକ୍ଟର ସମେତ ଅନ୍ୟାନ୍ୟ ସ୍ଥାନରେ ଆତଙ୍କବାଦୀମାନେ ବଡ଼ ଧରଣର ଅନୁପ୍ରବେଶ କରିବାକୁ ଉଦ୍ୟମ ଯୋଜନା କରୁଛନ୍ତି। ଏଣୁ ଭାରତୀୟ ସେନା ସର୍ବାଧିକ ସତର୍କତା ଅବଲମ୍ବନ କରିଛି।

ସମ୍ବନ୍ଧିତ ଖବର