ଏକ କୋଟି ଟଙ୍କାର ଲାଞ୍ଚକୁ ପାଦରେ ଏଡାଇ ପାକିସ୍ତାନରୁ ଆସୁଥିବା ୨୦୦ କୋଟି ଟଙ୍କାର ନିଶାଦ୍ରବ୍ୟକୁ ଜବତ କଲେ ଯବାନ

ନୂଆଦିଲ୍ଲୀ : ଦେଶ ସୀମାରେ ପ୍ରତିଦିନ ଡ୍ରଗ୍ସ ତଥା ଅନ୍ୟ ନିଶାର ବ୍ୟବସାୟ ହୋଇଥାଏ । ପଞ୍ଜାବ, ରାଜସ୍ଥାନ, ଜମ୍ମୁ ଏବଂ କାଶ୍ମୀର ଭଳି ସ୍ଥାନରେ ଏହି କାରବାର ଅଧିକ ହୋଇଥାଏ । ନିକଟରେ ପୁଲିସ୍ ଏବଂ ବିଏସଏଫ୍ ଯବାନ ଜମ୍ମୁ ଏବଂ କାଶ୍ମୀରକୁ ଆସୁଥିବା ଏକ ଡ୍ରଗ୍ସ ବୋଝେଇ ଟ୍ରକକୁ ଧରିବାରେ ସଫଳ ହୋଇଛନ୍ତି । ଏହି ଟ୍ରକରୁ ୨୦୦ କୋଟି ଟଙ୍କାର ହିରୋଇନ୍ ଏବଂ ବ୍ରାଉନ୍ ସୁଗାର ଧରାପଡିଥିଲା। ଏହି ଘଟଣାରେ ଟ୍ରକ୍ ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ ସୂତ୍ର ଅନୁସାରେ ଟ୍ରକ୍ ଡ୍ରାଇଭର୍ ବିଏସଏଫ୍ ଯବାନଙ୍କୁ ୧ କୋଟି ଟଙ୍କା ଲାଞ୍ଚ ଦେବାକୁ ମଧ୍ୟ କହିଥିଲେ କିନ୍ତୁ ଯବାନ ଏହାକୁ ଏଡାଇ ନିଜ କର୍ତ୍ତବ୍ୟକୁ ସୁଚାରୁରୂପେ ପାଳନ କରିଛନ୍ତି । କୋଟିଏ ଟଙ୍କାର ଅଫରକୁ ସେ ମନା କରି ଡ୍ରାଇଭରକୁ ଗିରଫ କରାଇଥିଲେ ।

ସୂଚନାଯୋଗ୍ୟ ଯେ ପୁଲିସ୍ ଏବଂ ଯବାନଙ୍କ ତରଫରୁ ବେଳେବେଳେ ସୀମାରେ ହେଉଥିବା ନିଶାସକ୍ତ ପଦାର୍ଥର ତସ୍କରି ପାଇଁ ପେଟ୍ରୋଲିଂ ଚାଲିଥାଏ । ଏହି ଡ୍ରଗ୍ସ ପାକିସ୍ତାନ ଅଧିକୃତ କାଶ୍ମୀରରୁ ଭାରତକୁ ପଠାଯାଉଥିଲା । ପୋଲିସ୍ ଏନେଇ ଡ୍ରାଇଭର୍ ସମେତ ଆଉ ଜଣଙ୍କୁ ମଧ୍ୟ ଗିରଫ କରିଛି । ଏହି ଡ୍ରଗ୍ସର ମୂଲ୍ୟ ବଜାରରେ ୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର