କଶ୍ମୀରର ବିଯୁକ୍ତ ୧୫ ଡିଗ୍ରି ତାପମାତ୍ରାରେ ନାଚି ନାଚି ବିହୁ ପାଳିଲେ ‘ବିଏସ୍ଏଫ୍’ ଯବାନ
ନୂଆଦିଲ୍ଲୀ: କଶ୍ମୀରର ବିଯୁକ୍ତ ୧୫ ଡିଗ୍ରି ତାପମାତ୍ରାରେ ‘ବିଏସ୍ଏଫ୍’ ଯବାନମାନେ ‘ବିହୁ’ ଉତ୍ସବ ପାଳିବା ସହ ଲୋକଗୀତ ସହ ତାଳ ଦେଇ ନାଚୁଥିବାର ଦୃଶ୍ୟ ଏବେ ଅନ୍ଲାଇନ୍ରେ ପ୍ରସାରିତ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
‘ବର୍ଡର୍ ସିକ୍ୟୁରିଟି ଫୋର୍ସ କଶ୍ମୀର’ର ଟୁଇଟର୍ ହ୍ୟାଣ୍ଡେଲ୍ ଉକ୍ତ କ୍ଲପ୍ ପୋଷ୍ଟ୍ କରାଯାଇଛି। ସବୁଠୁ ଖରାପ ପାଗରେ ମଧ୍ୟ ଯବାନମାନଙ୍କ ଉଚ୍ଛ୍ବାସ ଅଦମନୀୟ ରହୁଥିବା କଥା ଏହି ନୃତ୍ୟରୁ ଜଣାପଡୁଛି।
ସ୍ବଳ୍ପ ସମୟର ଉକ୍ତ ଭିଡିଓରେ ଯବାନ୍ମାନେ ନାଚିବା ସହ ପବିତ୍ର ବିହୁ ଉତ୍ସବ ପାଳୁଥିବା ଦେଖାଯାଉଛି। ବିହୁ ହେଉଛି ଆସାମ ଏବଂ ଉତ୍ତର-ପୂର୍ବ ଭାରତରେ ଜାନୁଆରି ଏବଂ ଫେବ୍ରୁଆରି ମାସରେ ଫସଲ ଅମଳ ସମୟର ପର୍ବ।
Mountains and mountains of snow, blinding blizzards, freezing temperatures, stress of 24 hours vigil #LoC , away from homes; this all didn’t deter BSF troops to dance few steps & celebrate #Bihu at FDL in #Keran Sector #ForwardArea .@PMOIndia @HMOIndia @BSF_India pic.twitter.com/65c1viqskU
— BSF Kashmir (@BSF_Kashmir) January 16, 2022
କଶ୍ମୀରର କୁପୱାଡ଼ା ଜିଲ୍ଲାସ୍ଥିତ କେରାନ୍ ସେକ୍ଟର୍ରେ ଉତ୍ତୋଳନ କରାଯାଇଥିବା ଉକ୍ତ ଭିଡିଓରେ ବିଯୁକ୍ତ ୧୫ ଡିଗ୍ରି ସେଲିସିୟସ୍ ଭଳି ଜମାଟ ବାନ୍ଧିଯିବା ଭଳି ଥଣ୍ଡାରେ ସେନା ଯବାନମାନେ ବଡ଼ ଉତ୍ସାହରେ ନୃତ୍ୟରେ ମାତିଥିବା ଦେଖାଯାଉଛି। ଏହି ଭିଡିଓ ତଳେ ଦିଆଯାଇଥିବା ପରିଚୟୋକ୍ତିରେ ଲେଖା ଅଛି: ତୁଷାର ପର୍ବତମାଳା, ଆଖି ମୁଦି ହେବା ଭଳି ଥଣ୍ଡା ବତାସ, କୋଲ ମାରିଗଲା ପରି ଥଣ୍ଡା, ନିୟନ୍ତ୍ରଣ ରେଖା ଉପରେ ୨୪ ଘଣ୍ଟା ସତର୍କ ଦୃଷ୍ଟି ରଖିବାର ଚାପ, ଘରଠୁ ଦୂର; ଏସବୁ ‘ବିଏସ୍ଏଫ୍’ ଯବାନମାନଙ୍କୁ ସୀମାନ୍ତବର୍ତ୍ତୀ କେରାନ ସେକ୍ଟର୍ସ୍ଥିତ ‘ଏଫ୍ଡିଏଲ୍’ରେ ନାଚ କରି ବିହୁ ପାଳନ କରିବାରୁ ନିବୃତ କରି ପାରୁନାହିଁ।