ସଂସଦରେ ସିଏଜି ରିପୋର୍ଟ ଉପସ୍ଥାପିତ

ଜେପିସି ତଦନ୍ତ ଦାବିରେ ଅଟଳ କଂଗ୍ରେସ

ନୂଆଦିଲ୍ଲୀ: ରାଫେଲ ଚୁକ୍ତିକୁ ନେଇ ରାଜନୈତିକ ଲଢ଼େଇ ଜାରି ରହିଥିବା ବେଳେ ଆଜି ମହାଲେଖା ନିୟନ୍ତ୍ରକ ତଥା ମହାଲେଖା ସମୀକ୍ଷକ(ସିଏଜି)ଙ୍କ ରିପୋର୍ଟ ସଂସଦରେ ଉପସ୍ଥାପନ କରାଯାଇଛି। ତେବେ କଂଗ୍ରେସ ରାଫେଲ ଚୁକ୍ତି ନେଇ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ବାରା ତଦନ୍ତ କରାଇବା ଜିଦ୍‌ରେ ଅଟଳ ରହିଛି । ଆଜି ସଂସଦର ଉଭୟ ଗୃହରେ କଂଗ୍ରେସ ରାଫେଲ ପ୍ରସଙ୍ଗ ଉଠାଇ ପ୍ରବଳ ହଟ୍ଟଗୋଳ କରିଥିଲା। ଲୋକସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଜେପିସି ତଦନ୍ତ ପାଇଁ ଦାବିକୁ ଦୋହରାଇଥିଲେ। ଏ ବାବଦରେ ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ସୁପ୍ରିମ୍‌ କୋର୍ଟଙ୍କ ରାୟ ପରେ ଏହି ମାମଲାରେ ଆଉ କିଛି ତଦନ୍ତ ପାଇଁ ନାହିଁ। ଏହି ପ୍ରସଙ୍ଗରେ ଜେପିସି ତଦନ୍ତ କରାଯିବାର ସାମାନ୍ୟ ଆବଶ୍ୟକତା ମଧ୍ୟ ନାହିଁ ବୋଲି ସେ କହିଛନ୍ତି। ତେବେ ବିରୋଧୀ ଦଳ ସରକାରଙ୍କ ଯୁକ୍ତିକୁ ଗ୍ରହଣ ନକରି ହଟ୍ଟଗୋଳ ଜାରି ରଖିଥିଳେ।

ସମ୍ବନ୍ଧିତ ଖବର