ନିଆଁ ଲାଗିଯିବାରୁ ଆବୁଧାବି ଫେରିଗଲା କାଲିକଟ୍‌ ଆସୁଥିବା ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ

ନୂଆଦିଲ୍ଲୀ: ଆଜି ଆବୁଧାବିରୁ କାଲିକଟ୍‌ ଆସୁଥିବା ଗୋଟାଏ ‘ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ’ ଇଞ୍ଜିନ୍‌ରେ ନିଆଁ ଲାଗିଯିବାରୁ ତାହା ପୁନର୍ବାର ଆବୁଧାବି ବିମାନ ବନ୍ଦରକୁ ଫେରିଯାଇ ଜରୁରୀକାଳୀନ ଅବତରଣ କରିଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ଏୟାର୍‌ ଇଣ୍ଡିଆ ଏକ୍ସ‌ପ୍ରେସ୍‌ ବିମାନ ‘ଆଇଏକ୍ସ୩୪୮’ର ପାଇଲଟ୍‌ ନିଆଁ ଜଳୁଥିବା ଦେଖିବା ପରେ ବିମାନଟକୁ ଆବୁଧାବିକୁ ଫେରାଇ ନେଇଥିଲେ।

ବିମାନଟି ନିରାପଦରେ ଅବତରଣ କରିଛି ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କଥା ‘ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌’ ସୂଚନା ଦେଇଛି। ଉକ୍ତ ବିମାନରେ ସମୁଦାୟ ୧୮୪ଜଣ ଯାତ୍ରୀଥିଲେ। ବୈଷୟିକ ତ୍ରୁଟି ଯୋଗୁଁ ବିମାନର ଇଞ୍ଜିନ୍‌ଗୁଡ଼ିକ ମଧ୍ୟରୁ ଗୋଟିକରେ ନିଆଁ ଲାଗିଯାଇଥିଲା।

Image Courtesy of Zee News

‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ (ଡିଜିସିଏ) ଦେଇଥିବା ବିବୃତିରେ ଉଲ୍ଲେଖ ଅଛି, ଆବୁଧାବି-କାଲିକଟ୍‌ ମଧ୍ୟରେ ଯାତାୟାତ କରୁଥିବା ‘ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ବି୭୩୭-୮୦୦ ବିମାନ’ ଭିଟି-ଏୱାଇସି ‘ଆଇଏକ୍ସ ୩୪୮’ ୧୦୦୦ ଫୁଟ୍‌ ଉଚ୍ଚକୁ ଉଠୁଥିବା ବେଳେ ପ୍ରଥମ ଇଞ୍ଜିନ୍‌ରେ ନିଆଁ ଲାଗିଯିବାରୁ ଦୁବାଇ ଫେରିଯାଇଥିଲା।

ସମ୍ବନ୍ଧିତ ଖବର