କମ୍ବୋଡିଆରେ ନିର୍ମାଣଧୀନ କୋଠା ଭୁଶୁଡ଼ି ୧୭ ମୃତ, ୨୪ ଆହତ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ କମ୍ବୋଡିଆର ପ୍ରେହ ସିହାନୌକ ପ୍ରାନ୍ତଠାରେ ଏକ ନିର୍ମାଣଧୀନ କୋଠା ଖସି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଶନିବାର ବଡ଼ି ଭୋରୁ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ଜାଣିବାକୁ ମିଳିଛି। ଏ ସଂପର୍କରେ ସ୍ଥାନୀୟ କର୍ତ୍ତୃପକ୍ଷ ରବିବାର ସୂଚନା ପ୍ରଦାନ କରିଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ନିର୍ମାଣଧୀନ କୋଠା ସାଇଟ୍‌ରେ ୪୦ରୁ ୫୦ ଜଣ ଶ୍ରମିକ ରାତିରେ ଶୋଇଥିଲେ। ଶନିବାର ବଡ଼ି ଭୋରୁ କୋଠାଟି ଭୁଶୁଡ଼ି ପଡ଼ିଥିଲା।

Global News

ତେବେ, ଏହି ପକଳ୍ପଟି ଲଇସେନ୍ସ ବିହୀନ ବୋଲି ମିନିଷ୍ଟ୍ରି ଅଫ୍‌ ଲ୍ୟାଣ୍ଡ୍‌ ମ୍ୟାନେଜ୍‌ମେଣ୍ଟର ମୁଖପାତ୍ର ସେଙ୍ଗ୍‌ ଲୋଥ୍‌ ସୂଚନା ଦେଇ କହିଛନ୍ତି। ଏପରିକି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଆଗରୁ ପ୍ରାନ୍ତର କର୍ତ୍ତୃପକ୍ଷ ଜମି ମାଲିକଙ୍କ ପୂର୍ବରୁ ଦୁଇ ଥର ଚେତେଇ ଦେଇଥିଲେ ମଧ୍ୟ।

ରବିବାର କମ୍ବୋଡିଆର ପ୍ରଧାନମନ୍ତ୍ରୀ ସାମଦେକ ଟେକୋ ହୁନ୍‌ ସେନ୍‌ ତାଙ୍କ ଫେସ୍‌ବୁକ ପୋଷ୍ଟ୍‍ରେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ଉଦ୍ଧାରୀ କାର୍ଯ୍ୟ ଏଯାବତ୍‌ ଜାରି ରହିଛି। ପୁଲିସ୍‌ ଏହି ଘଟଣାର ଅଧିକରୁ ଅଧିକ ତଦନ୍ତ କରିବାରେ ଲାଗିଛି।

ସମ୍ବନ୍ଧିତ ଖବର