ପାଣି ପିଆଉଥିବା ସମୟରେ ବୃଦ୍ଧଙ୍କ ମୁଣ୍ଡକୁ ଚୋବାଇ ଖାଇଲା ଓଟ; ଚେଷ୍ଟା କରିବି ମୁକୁଳି ପାରିଲେ ନାହିଁ

ବିକାନେର: ରାଜସ୍ଥାନର ବିକାନେର ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଚାଷୀ ଓଟକୁ ପାଣି ପିଆଉଥିବା ସମୟରେ ସେ ତାଙ୍କର ମୁଣ୍ଡକୁ ଚୋବାଇ ଖାଇ ଦେଇଥିଲା ବୋଲି କୁହାଯାଉଛି। ଚାଷୀ ଓଟ ପାଟି ଭିତରୁ ମୁକୁଳିବା ପାଇଁ ଯେତେ ଚେଷ୍ଟା କରିଥିଲେ ହେଁ ସେ ସେଥିରୁ ବର୍ତ୍ତି ପାରି ନଥିଲେ। ଶେଷରେ ତାଙ୍କର ମୃତ୍ୟ ହୋଇଯାଇଥିଲା।

ଏଭଳି ଏକ ଘଟଣା ବିକାନେରର ଲୁଣକରନସର ସହଜରାସର ଗ୍ରାମରେ ଘଟିଥିବା ଜଣାପଡ଼ିଛି। ବିକାନେରର ସେରୁଣା ଥାନାଅଧିକାରୀ ଦେବୀଲାଲଙ୍କ କହିବାନୁସାରେ, ରାଜୁ ସିଂହ ରାଜପୁତ କହିଥିଲେ କି, ତାଙ୍କ ପିତା ଲକ୍ଷ୍ମଣ ସିଂହ, ପୁଅ ଗୋମଦ ସିଂହ ସହିତ ସହଜରାସର ଗ୍ରାମକୁ ଯାଇଥିଲେ। ସନ୍ଧ୍ୟାରେ ଏହି ଗ୍ରାମର ବାସିନ୍ଦା ଅମରାରାମଙ୍କ ପୁତ୍ର ମାମରାଜ ନାୟକଙ୍କ ଘର ଖୁଣ୍ଟରେ ବନ୍ଧା ଥିବା ଏକ ଓଟକୁ ସେ ପାଣି ପିଆଉଥିଲେ। ଏହି ସମୟରେ ଓଟ କୌଣସି କାରଣୁ କ୍ରୋଧିତ ହୋଇଯାଇ ତାଙ୍କ ଉପରକୁ ଆକ୍ରମଣ କରି ମୁଣ୍ଡକୁ ଧରି ନେଇଥିଲା।

ଓଟ ମୁହଁରୁ ଲକ୍ଷ୍ମଣଙ୍କୁ ଛଡ଼ାଇବା ପାଇଁ ପରିବାରଲୋକ ବହୁ ଚେଷ୍ଟା କରିଥିଲେ ହେଁ କୌଣସି ଲାଭ ମିଳି ନଥିଲା। ଗୁରୁତର ଅବସ୍ଥାରେ ପୁଅ ବାପା ଲକ୍ଷ୍ମଣ ସିଂହଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର