ଦିଲ୍ଲୀ ହିଂସା ପାଇଁ ଘୋଷଣା ହେଲା ନୂଆ ସିବିଏସଇ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ: ଘୋଷଣା ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା ସୂଚୀ | ଦିଲ୍ଲୀର ଯେଉଁ ଅଂଚଳରେ ସିବିଏସଇ ପରୀକ୍ଷା ବାତିଲ ହୋଇଥିଲା ସେହି ଅଂଚଳର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି | ଉତ୍ତର ପୂର୍ବ ଦିଲ୍ଲୀରେ ସ୍ଥଗିତ ରଖାଯାଇଥିବା ପରୀକ୍ଷା ପାଇଁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ସୋମବାର ଦିନ ନୂଆ ସୂଚୀ ଘୋଷଣା କରିଛି।

ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ “ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ମାର୍ଚ୍ଚ ୩୧ ରେ ଆରମ୍ଭ ହୋଇ ଏପ୍ରିଲ୍ ୧୪ ରେ ଶେଷ ହେବ | ସେହିପରି ଦଶମ ଶ୍ରେଣୀ ପାଇଁ ପରୀକ୍ଷା ମାର୍ଚ୍ଚ ୨୧ ରେ ଆରମ୍ଭ ହୋଇ ମାର୍ଚ୍ଚ ୩୦ ରେ ଶେଷ ହେବ। ଯେଉଁ ଛାତ୍ରଛାତ୍ରୀମାନେ ହିଂସା ଯୋଗୁଁ ଫେବୃୟାରୀ ୨୬ରୁ ୨୯ ତାରିଖ ଯାଏଁ ପରୀକ୍ଷା ଦେଇପାରିନଥିଲେ ସେମାନେ ହିଁ ପରୀକ୍ଷା ଦେବେ |

ଏଥିପାଇଁ ମାର୍ଚ୍ଚ ୧୪ ସୁଦ୍ଧା ନିଜ ସ୍କୁଲରେ ଯୋଗାଯୋଗ କରିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି | ଏଠାରେ ସୂଚନା ଥାଉ କି ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଯୋଗୁଁ ଫେବ୍ରୁଆରି ୨୬ରୁ ହେବାକୁ ଥିବା ସିବିଏସଇ ପରୀକ୍ଷାକୁ ବାତିଲ କରାଯାଇଥିଲା | ଏଠାରେ ସୂଚନା ଥାଉ କି ଦିଲ୍ଲୀ ହିଂସାରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ ରୁ ଅଧିକ ଆହତ ହୋଇଥିଲେ |

ସମ୍ବନ୍ଧିତ ଖବର