ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କ୍ୟାନ୍‌ସର୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨% ବଢ଼ିପାରେ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ: ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ କର୍କଟ ରୋଗାକ୍ରାନ୍ତଙ୍କ ସଂଖ୍ୟା ୧୨% ବୃଦ୍ଧି ପାଇପାରେ ବୋଲି ‘ଇଣ୍ଡିଆନ୍ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ (ଆଇସିଏମ୍‌ଆର୍‌) ରିପୋର୍ଟରୁ ଜଣାପଡ଼ିଛି। ୨୦୨୦ରେ ୧. ୩୯ ନିୟୁତ ବ୍ୟକ୍ତି ଏହି ଅଣସଂକ୍ରାମକ ରୋଗରେ ପୀଡ଼ିତ ହୋଇଥିବା ବେଳେ ୨୦୨୫ ବେଳକୁ ୧. ୫ ନିୟୁତ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ଥିବା କଥା ଦେଶରେ କର୍କଟ ରୋଗର ସାମ୍ପ୍ରତିକ ହାରକୁ ଆଧାର କରି ‘ଆଇସିଏମ୍‌ଆର୍‌’ ଏହି ତଥ୍ୟ ଉପସ୍ଥାପନ କରିଛି।

ବେଙ୍ଗାଲୁରୁ ଠାରେ ମଙ୍ଗଳବାର ଦିନ ‘ଆଇସିଏମ୍‌ଆର୍‌’ ଓ ‘ଏନ୍‌ସିଡିଆଇଆର୍’ ଏହି ‘ନ୍ୟାସ୍‌ନାଲ୍‌ କ୍ୟାନ୍‌ସର୍ ରେଜିଷ୍ଟ୍ରି ପ୍ରୋଗ୍ରାମ୍ ରିପୋର୍ଟ ୨୦୨୦’ ରିଲିଜ୍ କରିଥିଲେ।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ୨୦୨୦ରେ ଥିବା ସମୁଦାୟ କର୍କଟାକ୍ରାନ୍ତଙ୍କ ମଧ୍ୟରୁ ତମାଖୁଜନିତ କର୍କଟ ରୋଗ ହେଉଛି ୨୭.୧%। ଦେଶର ଉତ୍ତରପୂର୍ବ ଅଞ୍ଚଳରେ ଏହି ଧରଣର ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଆଗାମୀ ମାସମାନଙ୍କରେ ଅନ୍ତଃନଳୀ ଏବଂ ସ୍ତନ କର୍କଟ ଆକ୍ରାନ୍ତଙ୍କ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରାଯିବ।

Image Courtesy of Law Gupshup

ପୁରୁଷମାନଙ୍କ ମଧ୍ୟରେ ଫୁସ୍‌ଫୁସ୍‌, ମୁଖ, ପାକସ୍ଥଳୀ ଏବଂ ଖାଦ୍ୟନଳୀ କର୍କଟ ରୋଗ ଅତି ମାମୁଲି କଥା ହୋଇଥିବା ବେଳେ ମହିଳାମାନଙ୍କ ନିମନ୍ତେ ସ୍ତନ ଓ ଜରାୟୁ କର୍କଟ ରୋଗ ସାଧାରଣ କଥା ବୋଲି ଜଣାପଡ଼ିଛି।

ସମ୍ପ୍ରତି ଦେଶରେ ଅସ୍ତ୍ରୋପଚାର, କେମୋଥେରାପି ଏବଂ ରେଡିଏସନ୍ ଥେରାପିର ମିଳିତ ‌ପ୍ରୟୋଗ ହିଁ କର୍କଟ ରୋଗ ଚିକିତ୍ସାର ମୁଖ୍ୟ ସାଧନ ‌ହୋଇ ରହିଛି।

 

 

 

ସମ୍ବନ୍ଧିତ ଖବର