ଅମିତ ଶାହାଙ୍କ ନିରାପତ୍ତା ବାବଦ ବ୍ୟୟ ପ୍ରକାଶ କରି ହେବ ନାହିଁ: କେନ୍ଦ୍ରୀୟ ସୂଚନା କମିସନ୍‌

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ୍‌ ଏକ୍‌ଜେମ୍ପ୍‌ସନ୍‌ କ୍ଲଜ୍‌ ‘ବ୍ୟକ୍ତିଗତ ସୂଚନା ଏବଂ ‘ନିରାପତ୍ତା’ ଆଧାରରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ନିରାପତ୍ତାରେ କେତେ ଖର୍ଚ୍ଚ ହେଉଛି ତାହା ପ୍ରକାଶ କରି ହେବ ନାହିଁ ବୋଲି କେନ୍ଦ୍ରୀୟ ସୂଚନା କମିସନ୍‌ କହିଛି।

ଜୁଲାଇ ୫ ତାରିଖ ୨୦୧୪ ମସିହାରେ ଦୀପକ ଜୁନେଜା ନାମକ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ୍‌ ଏହା ଜାଣିବାକୁ ଆବେଦନ କରିଥିଲେ। ସେତେବେଳେ ଅମିତ ଶାହା ରାଜ୍ୟସଭା ସଦସ୍ୟ ନ ଥିଲେ। ସରକାରଙ୍କ ଦ୍ୱରା ନିରାପତ୍ତା ଯୋଗାଇ ଦିଆଯାଇଥିବା ଲୋକମାନଙ୍କର ତାଲିକା ମଧ୍ୟ ସେ ମାଗିଥିଲେ।

ସିଆଇସି ଆଦେଶକୁ ଜୁନେଜା ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ୍‌ କରିଥିଲେ। ମଗାଯାଇଥିବା ସୂଚନା ଆର୍‌ଟିଆଇ ଆଇନ୍‌ର ସେକ୍‌ସନ୍‌ ୮(୧) କ୍ଲଜ୍‌ (ଜି) ଏବଂ (ଜେ) ଅଧୀନରେ ଆସୁଛି କି, ନାହିଁ ପ୍ରଥମେ ଯାଞ୍ଚ କରିବା ଉଚିତ ବୋଲି କହି ଜଷ୍ଟିସ୍‌ ବିଭୁ ବାଖରୁ ଟ୍ରାନ୍‌ସ୍‌ପେରେନ୍‌ସି ପାନେଲ୍‌ର ଆଦେଶକୁ ଏଡ଼ାଇ ଦେଇଥିଲେ।

ମାମଲା ପୁଣି ସିଆଇସିକୁ ଯାଇଥିଲା। ଏହି ମାମଲା ସଂକ୍ରାନ୍ତରେ ଜୁନେଜା ଓ ଗୃହମନ୍ତ୍ରାଳୟକୁ ପୁଣି କମିସନ ରାୟ ଶୁଣାଇଥିଲେ।

ଭାରତୀୟ ଜନତା ପାର୍ଟିର ଜାତୀୟ ଅଧ୍ୟକ୍ଷ ଥିବା ଅମିତ ଶାହାଙ୍କୁ ଜୁଲାଇ ୨୦୧୪ ଠାରୁ ଗୃହମନ୍ତ୍ରାଳୟ ଦ୍ୱାରା ଜେଡ୍‌ପ୍ଲସ୍‌ ସୁରକ୍ଷା ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର