ଚନ୍ଦ୍ରବାବୁଙ୍କ ଅମଳରେ ଚାଲୁଥିବା ଆନ୍ନା କ୍ୟାଣ୍ଟିନକୁ ବନ୍ଦ କଲେ ମୁଖ୍ୟମନ୍ତ୍ରୀ ଜଗନ ମୋହନ, ଏବେ ୫ଟଙ୍କାରେ ମିଳିବନି ଖାଦ୍ୟ

ହାଇଦ୍ରାବାଦ୍‌ : ଆନ୍ଧ୍ରପ୍ରଦେଶରେ ଅନେକ ଦିନ ପୂର୍ବରୁ ଗରିବ ଲୋକମାନଙ୍କ ପାଇଁ ଚାଲି ଆସୁଥିବା ଆନ୍ନା କ୍ୟାଣ୍ଟିନକୁ ବନ୍ଦ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ନୂଆ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ପୂର୍ବ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଅନେକ ଯୋଜନାକୁ ବନ୍ଦ କରିଥିବା ବେଳେ ଆନ୍ନା କ୍ୟାଣ୍ଟିନକୁ ବନ୍ଦ କରିବା ନିଷ୍ପତ୍ତିର ପ୍ରଭାବ ଗରିବ ଲୋକମାନଙ୍କ ଉପରେ ସିଧାସଳଖ ଭାବେ ପଡ଼ିବ ବୋଲି ଜଣା ପଡ଼ିଛି । ଟିଡିପି ଦ୍ୱାରା ଆରମ୍ଭ କରାଯାଇଥିବା ଆନ୍ନା କ୍ୟାଣ୍ଟିନକୁ ନେଇ ଦୁର୍ନୀତି ହେଉଥିବାରୁ ଜଗନ ରେଡ୍ଡୀ ଏହାକୁ ବନ୍ଦ କରିବା ପାଇଁ ଆଦେଶ ଦେଇଥିଲେ । ଯାହା ଫଳରେ ୨୦୪ଟି ଆନ୍ନା କ୍ୟାଣ୍ଟିନକୁ ଅଗଷ୍ଟ ୧ରେ ବନ୍ଦ କରି ଦିଆଯାଇଥିଲା ।

ଜଗନ ରେଡ୍ଡୀଙ୍କ ଏଭଳି ନିଷ୍ପତ୍ତି ପରେ ଟୁଇଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପିର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରବାବୁ ନାଇଡୁ । ଟୁଇଟ୍‌ରେ, ନୂଆ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ପାଇଁ ଏବେ ଲକ୍ଷ ଲକ୍ଷ ଲୋକ ୫ଟଙ୍କାରେ ପୋଷଣଯୁକ୍ତ ଖାଦ୍ୟ ହରାଇଲେ । ପାଖା ପାଖି ୨୦,୦୦୦ଲୋକ ନିଜର ଜୀବିକା ହରାଇଲେ । ଟିଡିପିକୁ ହରାଇବା ପାଇଁ ଜଗନ ରେଡ୍ଡୀ ସରକାର କିଛି ବି କରି ପାରନ୍ତି । କିନ୍ତୁ ଟିଡିପି ସରକାର ଚୁପ୍‌ ବସିବ ନାହିଁ ବୋଲି ଲେଖିବା ସହ କ୍ୟାଣ୍ଟିନକୁ ପୁଣି ଥରେ ଖୋଲିବା ପାଇଁ ଦାବି କରିଛନ୍ତି ଏନ୍‌. ଚନ୍ଦ୍ରବାବୁ ନାଇଡୁ ।

Image result for canteens-serving-rs-5-meal-from-tdps-time-also-shut-in-andhra-pradesh
Policenama

ସୂଚନା ମୁତାବକ, ଆନ୍ନା କ୍ୟାଣ୍ଟିନ ୫ଟଙ୍କାରେ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ବେଳେ ୧୫ଟଙ୍କାରେ ଲୋକେ ଦିନକୁ ତିନି ଓଳି ଖାଇବାକୁ ପାଉଥିଲେ । ସକାଳେ ୫ଟଙ୍କାରେ ଇଟିଲି, ଉପମା, ପୋଙ୍ଗଲ ଦିଆଯାଉଥିବା ବେଳେ ମଧ୍ୟାହ୍ନ ଓ ରାତ୍ରି ଭୋଜନରେ ଭାତ, ଡ଼ାଲି, ତରକାରି, ସାମ୍ବର, ଦହି ଓ ଖଟା ଦିଆଯାଉଥିଲା । ପ୍ରତିଦିନ ଆନ୍ନା କ୍ୟାଣ୍ଟିନ ୬ଲକ୍ଷ ଲୋକଙ୍କ ପାଇଁ ଖାଇବା ତିଆରି କରୁଥିଲା ।

ସମ୍ବନ୍ଧିତ ଖବର