ଉଡ଼ନ୍ତା ବିମାନରେ ପାଇଲଟଙ୍କ ଉପରେ କଲା ଆକ୍ରମଣ, କରିବାକୁ ପଡ଼ିଲା ଜରୁରୀ ଅବତରଣ

ନୂଆଦିଲ୍ଲୀ: ସୁଡାନର ଏକ ଯାତ୍ରୀବାହୀ ବିମାନରେ ଅଦ୍ଭୁତ ଘଟଣା ଘଟିଥିଲା। ଯେଉଁଥି ପାଇଁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଏହି ବିମାନର କକପିଟରେ ଏକ ବିଲେଇ ପଶି ଆସି ପାଇଲଟ ଉପରେ ଆକ୍ରମଣ କରିଥିଲା।
ସୁଡାନରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଟାର୍କୋ ଏଭିଏସନର ବିମାନ(ବିମାନ ସଂଖ୍ୟା ୩ଟି-୨୩୪) ସୁଡାନ ରାଜଧାନୀ ଖାର୍ତୁମରୁ ଦୋହା ଅଭିମୁଖେ ଯାତ୍ରା କରୁଥିଲା। ଯାତ୍ରା ଆରମ୍ଭ କରିବାର ଅଧା ଘଣ୍ଟା ମଧ୍ୟରେ ଏହି ଘଟଣା ଘଟିଥିଲା।

 

ଏହାପରେ ବିମାନ ଖାର୍ତୁମ ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। ଗତ ସପ୍ତାହରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏୟାରଲାଇନ୍ସ ଯାଞ୍ଚରୁ ଜଣାପଡ଼ିଛି କି ବିଲେଇ ବିମାନ ବନ୍ଦରରେ ସେତେବେଳେ ଚଢ଼ି ଯାଇଥିଲା ଯେତେବେଳେ ହ୍ୟାଙ୍ଗର ସଫେଇ ପାଇଁ ଛିଡ଼ା ହୋଇଥିଲା। କୁହାଯାଉଛି କି ବିଲେଇଟି କୌଣସି ଯାତ୍ରୀଙ୍କ ପୋଷା ଥିଲା। ଯାତ୍ରା ସମୟରେ ସେ ବାହାରକୁ ଆସି ପାଇଲଟ ଉପରେ ଆକ୍ରମଣ କରିଥିଲା।

उड़ते विमान में बिल्ली ने पायलट पर किया हमला

କୌଣସି ବିଲେଇ ବିମାନର କକପିଟରେ କ୍ୟାପଟନ ଉପରେ ଆକ୍ରମଣ କରିବା ପ୍ରଥମ ଘଟଣା ନୁହେଁ। ୨୦୦୪ରେ ବ୍ରୁସେଲ୍ସ ଏୟାରଲାଇନ୍ସର ପାଇଲଟ ଉପରେ ବିଲେଇ ଆକ୍ରମଣ କରିଥିଲା। ଆକ୍ରମଣ କରିଥିବା ବିଲେଇଟି ଜଣେ ଯାତ୍ରୀଙ୍କ ପୋଷା ଥିଲା। କିଛି ଏୟାରଲାଇନ୍ସ କୁକୁର-ବିଲେଇ ଭଳି ପୋଷା ଜୀବଜନ୍ତୁଙ୍କୁ ଯାତ୍ରା ସମୟରେ ସାଙ୍ଗରେ ନେଇ ଯିବାକୁ ଅନୁମତି ଦେଇଥାଆନ୍ତି।
ଏକ ମାସ ପୂର୍ବରୁ ବିଲେଇ କାରଣରୁ ଏୟାରଲାଇନ୍ସ କମ୍ପାନି ଇଏଲଏଏଲ ବିମାନକୁ ଅସାମାନ୍ୟସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ଏହି ସମୟରେ ବିଲେଇଟି ବିମାନର କକପିଟରେ ପ୍ରବେଶ କରି ଇଣ୍ଟିରିୟର୍ସକୁ କ୍ଷତି ପହଞ୍ଚାଇଥିଲା।

ସମ୍ବନ୍ଧିତ ଖବର