୪୦ କୋଟି ଟଙ୍କାର ଠକେଇ ମାମଲା: ଆପ୍‌ ବିଧାୟକଙ୍କ ଘରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ  : ପଂଜାବ ଆପ୍‌ ବିଧାୟକ ଜସୱନ୍ତ ସିଂହ ଗଜ୍ଜନ ମଜ୍‌ରାଙ୍କ ବିରୋଧରେ ଥିବା ୪୦ କୋଟି ଟଙ୍କାର ବ୍ୟାଙ୍କ୍‌ ଠକେଇ ମାମଲାରେ ଆଜି ସିବିଆଇ ମଜ୍‌ରାଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଚଢ଼ଉ କରିଛି। ସାଙ୍ଗରୁର୍‌ରେ ଜସୱନ୍ତ ସିଂହଙ୍କ ୩ଟି ପରିସରରେ ସିବିଆଇ ଚଢ଼ଉ କରିଛି। ଚଢ଼ଉ ସମୟରେ ସିବିଆଇ ୯୪ଟି ବ୍ଲାଙ୍କ୍‌ ଚେକ୍‌ ଜବତ କରିଛି। ଏହି ବ୍ଲାଙ୍କ୍‌ ଚେକ୍‌ଗୁଡ଼ିକରେ ବିଭିନ୍ନ ବ୍ୟକ୍ତିଙ୍କର ଦସ୍ତଖତ ରହିଛି। ସିବିଆଇ ମୁଖପାତ୍ର ଆର୍‌ସି ଯୋଶି କହିଛନ୍ତି, ବିଧାୟକ ଜସୱନ୍ତ ସିଂହଙ୍କ ଘରେ ଚଢ଼ଉ ସମୟରେ ୧୬.୫୭ ଲକ୍ଷ ନଗଦ ଟଙ୍କା, ୮୮ ବିଦେଶୀ ମୁଦ୍ରା, କିଛି ସମ୍ପତି ଦଲିଲ୍‌ ଜବତ ହୋଇଛି। ଜସୱନ୍ତ ସିଂହଙ୍କ ଭାଇ ବଲୱନ୍ତ ସିଂହ, କୁଲୱନ୍ତ ସିଂହ ଏବଂ ତେଜିନ୍ଦର ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର