ଜାତୀୟ ରାଜପଥ ନିର୍ମାଣରେ ଜନପ୍ରତିନିଧିଙ୍କ ପରାମର୍ଶ ନେବ କେନ୍ଦ୍ର

ନୂଆଦିଲ୍ଲୀ : ସୁରକ୍ଷିତ ଜାତୀୟ ରାଜପଥ ନିର୍ମାଣ ସମୟରେ ଏଣିକି କେନ୍ଦ୍ର ସରକାର ସାଂସଦ, ବିଧାୟକ ତଥା ଜନପ୍ରତିନିଧିମାନଙ୍କ ସହଯୋଗ ନେବେ। ଏଥି ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯିବା ସମୟରେ ସେମାନଙ୍କ ପରାମର୍ଶ ମଧ୍ୟ ନିଆଯିବ। ରାଜପଥ ନିର୍ମାଣ ବେଳେ ସର୍ଭିସ ଲେନ୍‌, ଜଙ୍କସନ୍, ଇଣ୍ଟରଚେଞ୍ଜ୍‌ ଆଦି ନିର୍ମାଣ ଉପରେ ଗୁରୁତ୍ବ ଦିଆଯିବ। ନିକଟରେ ସଡ଼କ ଓ ପରିବହନ ସମ୍ବନ୍ଧୀୟ ସଂସଦୀୟ କମିଟି ଉପରୋକ୍ତ ସୁପାରିସ କରିଥିଲେ। ପ୍ରକ୍ରିୟାରେ ସ୍ଥାନୀୟ ଲୋକମାନଙ୍କର ଦାବି ଓ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ପାଇଁ ମଧ୍ୟ କୁହାଯାଇଥିଲା।

ସମ୍ବନ୍ଧିତ ଖବର