ନୂଆଦିଲ୍ଲୀ: ମହାମାରୀ କରୋନା କାୟା ବିସ୍ତାର କରଚାଲିଛି । ବିଶ୍ୱରେ ଏହି ଭାଇରସ ୩ ଲକ୍ଷ ୭୭ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ୬୩ଲକ୍ଷରୁ ଅଧିକ ଆକ୍ରାନ୍ତ ଅଛନ୍ତି । ଅନ୍ୟପଟେ କରୋନା ଭ୍ୟାକ୍ସିନ ନେଇ ଅନେକ ଗବେଷଣା ମଧ୍ୟ ଚାଲିଛି । ବିଶେଷଜ୍ଞମାନେ କହୁଛନ୍ତି କି ଅନେକ ବର୍ଷ ଲାଗିପାରେ ଆଉ କିଏ କିଏ କହୁଛନ୍ତି ଭ୍ୟାକ୍ସିନ ବାହାରିବା ଅସମ୍ଭବ । ଏହାରି ଭିତରେ କରୋନା ଭ୍ୟାକ୍ସିନକୁ ନେଇ ଆସିଛି ଖୁସି ଖବର । ପୂର୍ବରୁ ଇବୋଲା ପ୍ରତିଷେଧକ ଭାବେ ଆଶା ଆଣିଥିବା ରେମଡେସିବିର ଔଷଧର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସାରେ ରେମଡେସିବିର ବ୍ୟବହାର ହୋଇପାରିବ ବୋଲି କେନ୍ଦ୍ର ସରକାର ହଁ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ଏହି ଔଷଧ ଇବୋଲା ଭାଇରସ ପାଇଁ ବ୍ୟବହାର ହେଉଥଲା ସେହି ଔଷଧର ବ୍ୟବହାରରେ କିଛି କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ବୋଲି ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇ ଯେଉଁମାନେ ଗୁରୁତର ନ ହୋଇଛନ୍ତି ସେହି ମାନେ ଏହି ଔଷଧରେ ଭଲ ହେଉଥିବା କୁହାଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଔଷଧର ବ୍ୟବହାର ପାଇଁ ଏକ ଆମରିକୀୟ କମ୍ପାନୀ ଟ୍ରାଏଲ କରିଥିଲା ।
#WATCH Health Ministry press briefing on COVID19 (2 June) https://t.co/XnBp0FAZd6
— ANI (@ANI) June 2, 2020
କମ୍ପାନୀ ପକ୍ଷରୁ ୬ଶହ ରୋଗୀଙ୍କୁ ୨ପ୍ରକାର ଚିକିତ୍ସାରେ ରଖାଗଲା । କିଛି ରୋଗୀଙ୍କୁ ୫ଦିନର ଔଷଧ ଦିଆଗଲା । ଆଉ କିଛି ଜଣଙ୍କୁ ୧୦ ଦିନର ଔଷଧ ଦିଆଗଲା । ଏହାସହିତ ସେହିମାନଙ୍କୁ ମଧ୍ୟ ରଖାଗଲା ଯେଉଁମାନେ ଷ୍ଟାଣ୍ଡାର୍ଡ ମେଡିକେସନ ପ୍ରୋସେଜର ଜରିଆରେ ଚିକିତ୍ସିତ ହେଉଥିଲୋ । ଆଉ ୧୧ ଦିନରେ ଜଣାପଡିଲା ଯେ ୫ଦିନ ଧରି ଚିକିତ୍ସିତ ହେଉଥିବା ରୋଗୀ ସାମାନ୍ୟ ପ୍ରକ୍ରିୟାରେ ଚିକିତ୍ସିତ ହେଉଥିବା ରୋଗୀଙ୍କଠୁ ଜଲଦି ଭଲ ହେଉଛନ୍ତି । ଆଉ ଯେଉଁମାନଙ୍କୁ ୧୦ଦିନର ଔଷଧ ଦିଆଯାଇଥିଲା ସେମାନେ ମଧ୍ୟ ଖୁବଶୀଘ୍ର ସୁସ୍ଥ ହେଉଛନ୍ତି।
ସେପଟେ ଗତ କିଛି ଦିନ ତଳେ ଆମେରିକାର ବୈଜ୍ଞାନିକ ମଧ୍ୟ ଏହି ଔଷଧ କାମ କରୁଥିବା କହିଥିଲେ । ସବୁଠୁ ବଡ କଥା ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ଡ. ଆନ୍ଥୋନୀ ଫାଁସୀ ଏହି ଔଷଧର ପ୍ରଶଂସା ମଧ୍ୟ କରିଛନ୍ତି । ଗତ ଏପ୍ରିଲ ମାସରେ ଆମେରିକା ଏହି ମେଡିସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଥିଲା । ଯାହାର ପରିଣାମ ଏବେ ସାମ୍ନାକୁ ଆସିଛି ।