ଟିଡିପି-ବିଜେପି ବିବାଦ: କାହିଁକି ମିଥ୍ୟା ପ୍ରଚାର କରୁଛନ୍ତି? ଅମିତ୍‌ ଶାହାଙ୍କ ଚିଠିର ଜବାବ ଦେଲେ ଚନ୍ଦ୍ରବାବୁ ନାଇଡ଼ୁ

ନୂଆଦିଲ୍ଲୀ: ତେଲୁଗୁ ଦେଶମ୍‌ ପାର୍ଟି(ଟିଡ଼ିପି) ଏନ୍‌ଡ଼ିଏରୁ ଓହରି ଯିବାପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ଟିଡ଼ିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଏହି ନିଷ୍ପତ୍ତିକୁ ‘ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ’ ଏବଂ ‘ଦୁର୍ଭାଗ୍ୟଜନକ’ ବୋଲି କହିଛନ୍ତି ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଅମିତ୍‌ ଶାହା। ଆନ୍ଧ୍ରପ୍ରଦେଶ ମୁୁଖ୍ୟମନ୍ତ୍ରୀ ନାଇଡ଼ୁଙ୍କୁ ଏକ ଦୀର୍ଘ ପତ୍ର ଲେଖି ସେ ଏହି ନିଷ୍ପତ୍ତି ଏକପାଖିଆ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। ଟିଡ଼ିପିର ଏହି ନିଷ୍ପତ୍ତି ଆନ୍ଧ୍ରପ୍ରଦେଶର ସ୍ୱାର୍ଥ ଅପେକ୍ଷା ଅଧିକ ଭାବେ ରାଜନୈତିକ ବୋଲିି ସେ ଚିଠି ମାଧ୍ୟମରେ ଚନ୍ଦ୍ରବାବୁଙ୍କୁ ସୂଚିତ କରିଛନ୍ତି।

www.newindianexpress.com

ଏବେ ଏହି ଚିଠିର ଜବାବ ଦେଇଛନ୍ତି ଟିଡ଼ିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ। ସେ କହିଛନ୍ତି ,ଅମିତ ଶାହଙ୍କ ଚିଠିରେ ଯେଉଁ ସବୁ ତଥ୍ୟ ଦିଆଯାଉଛି ତାହା ତ୍ରୁଟିପୂର୍ଣ୍ଣ।।ସେ କାହିଁକି ମିଛ କଥା ପ୍ରଚାର କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ। ଏବେ ବି କେନ୍ଦ୍ର ସରକାର ଉତ୍ତର-ପୂର୍ବ ରାଜ୍ୟମାନଙ୍କୁୁ ସ୍ୱତନ୍ତ୍ର ସହାୟତା ଦେଉଛନ୍ତି। କିନ୍ତୁୁ ଆନ୍ଧ୍ରପ୍ରଦେଶ ପ୍ରତି ସେଭଳି ମନୋଭାବ କେନ୍ଦ୍ରର ନାହିଁ। ଏହା ହୋଇଥିଲେ ଆନ୍ଧ୍ରକୁ ଅନେକ ବଡ଼ ଶିଳ୍ପ ଆସି ସାରିଥାଆନ୍ତା।
ଉଲ୍ଲେଖଯୋଗ୍ୟ କି, ମାର୍ଚ୍ଚ ୭ ତାରିଖ ଦିନ ଚନ୍ଦ୍ରବାବୁ ନାଇଡ଼ୁ ଏନ୍‌ଡ଼ିଏ ସରକାରରୁ ତାଙ୍କ ଦୁଇ ମନ୍ତ୍ରୀଙ୍କୁ ପ୍ରତ୍ୟାହାର କରି ଆଣିଥିଲେ। ଏହାର ଏକ ସପ୍ତାହ ପରେ ଟିଡ଼ିପି ବିଜେପି ନେତୃତ୍ୱାଧୀନ ଏନ୍‌ଡ଼ିଏ ରୁ ଓହରି ଯାଇଥିଲା। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ କେନ୍ଦ୍ର ସରକାର ଅକ୍ଷମତା ପ୍ରକାଶ କରିବାା ପରେ ଟିଡ଼ିପି ଏହି ବଡ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧିତ ଖବର