ତିହାର ଜେଲ ଯିବେ ପି. ଚିଦମ୍ବରମ, ୧୯ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇଲେ ସିବିଆଇ କୋର୍ଟ

ନୂଆଦିଲ୍ଲୀ : ଆଜି ଦିନଟି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦମ୍ବରମଙ୍କ ପାଇଁ ବେଶ ଘଟଣାବହୁଳ ଥିଲା । ପ୍ରଥମେ ସୁପ୍ରିମକୋର୍ଟ ତାଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ଜାମିନ ଦେବାକୁ ମନା କରିବା ପରେ ଅନ୍ୟ ଏକ ମାମଲା (ଏୟାରସେଲ-ମାର୍କ୍ସିସ )ରେ ଦିଲ୍ଲୀର ସିବିଆଇ କୋର୍ଟ ତାଙ୍କୁ ଆଗୁଆ ଜାମିନ ଦେଇଥିଲେ । କିନ୍ତୁ ସଂଧ୍ୟା ହେଉ ହେଉ ତାଙ୍କ ପାଇଁ ଏକ ବଡ଼ ଖରାପ ଖବର ଆସିଥିଲା । ତାହା ହେଉଛି ତାଙ୍କୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ତିହାର ଜେଲରେ ରହିବାକୁ ହେବ ।

ଦିଲ୍ଲୀର ରସ ଆଭେନ୍ୟୁସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୧୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠେଇ ଦେଇଛନ୍ତି । ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇବା ପାଇଁ ସିବିଆଇ ତରଫରୁ କୋର୍ଟରେ ଅପିଲ କରାଯାଇଥିଲା । କିନ୍ତୁ ଚିଦମ୍ବରମଙ୍କ ଓକିଲ କପିଲ ସିବ୍ଦଲ ଏହାକୁ ବିରୋଧ କରି କହିଥିଲେ ଯେ ସେ ଇଡି ରିମାଣ୍ଡରେ ଯିବାକୁ ରାଜିଥିବାରୁ ତାଙ୍କୁ ଜେଲକୁ ପଠାଇବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ବିଚାରପତି ଅଜୟ କୁମାର କୁହର ସିବ୍ଦଲଙ୍କ ଏହି ଯୁକ୍ତିକୁ ମାନିନଥିଲେ ।

ସମ୍ବନ୍ଧିତ ଖବର